ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

November 23rd, 04:05 pm

ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।

"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 23rd, 04:02 pm

ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।

ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

November 23rd, 12:45 pm

ଜୋହାନ୍ସବର୍ଗ” ଭଳି ଏକ ଜୀବନ୍ତ ଏବଂ ସୁନ୍ଦର ନଗରୀରେ ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ମୁଁ କହିବାକୁ ଚାହେଁ। ଏହି କାର୍ଯ୍ୟକ୍ରମ ନିମନ୍ତେ ମୁଁ 'ଇବସା'ର ଅଧ୍ୟକ୍ଷ, ରାଷ୍ଟ୍ରପତି ଲୁଲାଙ୍କୁ ମୋର ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି। ଏବଂ ଶ୍ରୀ ରାମାଫୋସାଙ୍କ ଭବ୍ୟ ଆତିଥ୍ୟ ସତ୍କାର ନିମନ୍ତେ ତାଙ୍କୁ ମଧ୍ୟ ମୋର ଧନ୍ୟବାଦ ପ୍ରଦାନ କରୁଛି।

ଜୋହାନ୍ସବର୍ଗରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ନେତାମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

November 23rd, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍‌ଏ) ନେତାମାନଙ୍କ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦା ସିଲଭା ଏଥିରେ ଯୋଗ ଦେଇଥିଲେ ।

ରାଷ୍ଟ୍ରପତି ମାକ୍ରନଙ୍କ ସହ ଟେଲିଫୋନ୍‍ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ

September 06th, 06:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ୍ ମାକ୍ରନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 27th, 08:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।