India is not just a workforce, we are a world force driving global change: PM Modi

March 01st, 11:00 am

The Prime Minister Shri Narendra Modi participated in the NXT Conclave in the Bharat Mandapam, New Delhi today. Addressing the gathering, he extended his heartfelt congratulations on the auspicious launch of NewsX World. He highlighted that the network includes channels in Hindi, English, and various regional languages, and today, it is going global. He also remarked on the initiation of several fellowships and scholarships, extending his best wishes for these programs.

ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

March 01st, 10:34 am

ଶନିବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିବା ଏନଏକ୍ସଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ନ୍ୟୁଜ ଏକ୍ସ ୱାର୍ଲଡ଼ ଚ୍ୟାନେଲ ଶୁଭ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସମବେତ ଜନତାକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ହୃଦୟରୁ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ହିନ୍ଦୀ, ଇଂରାଜୀ ଓ ଅନ୍ୟାନ୍ୟ ଆଂଚଳିକ ଭାଷାରେ ନିଜ ନେଟବାର୍କ ଖୋଲିଥିବା ଏହି ସଂସ୍ଥା ଏବେ ଏକ ବୈଶ୍ୱିକ ଚ୍ୟାନେଲରେ ପରିଣତ ହୋଇପାରିଛି । ବିଭିନ୍ନପ୍ରକାର ସ୍କଲାରସିପ ଓ ଫେଲୋସିପ ଆରମ୍ଭ କରାଯାଇଥିବାରୁ ସେ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

February 12th, 03:24 pm

ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ଉଭୟ ନେତା ପ୍ରତିରକ୍ଷା, ବେସାମରିକ ପରମାଣୁ ଶକ୍ତି ଏବଂ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ନିକଟରେ ଶେଷ ହୋଇଥିବା ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ୨୦୨୬ରେ ଭାରତ-ଫ୍ରାନ୍ସ ଇନୋଭେସନ ବର୍ଷ ପରିପ୍ରେକ୍ଷୀରେ ଭାଗିଦାରୀର ଏହି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ । ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେବା ସହ ଏ ସଂକ୍ରାନ୍ତରେ ୧୪ତମ ଭାରତ-ଫ୍ରାନ୍ସ ସିଇଓ ଫୋରମର ରିପୋର୍ଟକୁ ସ୍ୱାଗତ କରିଛନ୍ତି।

The foundation of India - France friendship is based on the spirit of deep trust, innovation, & public welfare: PM at India-France CEO Forum, Paris

February 12th, 12:45 am

Giving a boost to business ties between India and France, PM Modi and President Macron attended the CEO Forum in Paris. The PM highlighted India's rise as a global economic powerhouse fueled by stability, reforms and innovation.

ଏଷ୍ଟୋନିୟାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

February 11th, 06:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସରେ ଏଆଇ ଆକ୍ସନ ସମ୍ମିଳନୀରେ ଏଷ୍ଟୋନିୟାର ରାଷ୍ଟ୍ରପତି ଶ୍ରୀ ଅଲାର୍ କାରିସ୍‌ଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।

ପ୍ୟାରିସ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଯାପନୀ ବକ୍ତବ୍ୟ

February 11th, 05:35 pm

ଆମକୁ ‘‘ଏଆଇ ପାଇଁ ବୈଶ୍ୱିକ ଭାଗିଦାରୀ’’କୁ ମଧ୍ୟ ବାସ୍ତବରେ ବୈଶ୍ୱିକ କରିବାକୁ ହେବ। ଏହା ଗ୍ଲୋବାଲ୍‌ ସାଉଥ୍‌ ଏବଂ ଏହାର ପ୍ରାଥମିକତା, ଚିନ୍ତା ଏବଂ ଆବଶ୍ୟକତାକୁ ଅଧିକ ଅନ୍ତର୍ଭୁକ୍ତ କରିବା ଉଚିତ।

India is building its own Large Language Model considering our diversity: PM Modi at AI Action Summit

February 11th, 03:15 pm

In his address during the AI Action Summit in Paris, PM Modi highlighted AI’s potential and the need for global governance to ensure ethical, inclusive, and responsible use. He stressed reducing biases, AI-driven innovation in health, education, and sustainability, and the importance of skilling for future jobs. PM Modi also showcased India’s leadership in AI adoption, digital infrastructure, and its commitment to a people-centric AI future.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସଠାରେ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ ଅଧ୍ୟକ୍ଷତା କଲେ

February 11th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସଠାରେ ଫ୍ରାନ୍ସ ର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ । ଫେବ୍ରୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଦିବସରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଏହି ସମ୍ମିଳନୀ ପରେ ଫେବ୍ରୁଆରି ୮ରୁ ୯ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସପ୍ତାହ ସହ ଶେଷ ହୋଇଥିଲା। ବିଶ୍ୱସ୍ତରୀୟ ନେତା, ନୀତି ନିର୍ମାତା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବିଭାଗରେ ଏହା ଶେଷ ହୋଇଥିଲା।

ଫ୍ରାନ୍ସର ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

February 10th, 10:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ପ୍ୟାରିସରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଆଲୋଚନା, ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ

February 10th, 12:00 pm

ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ ଅନୁଯାୟୀ ମୁଁ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିବି। ପ୍ୟାରିସରେ, ମୁଁ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବି, ଯାହା ବିଶ୍ୱନେତା ଏବଂ ବିଶ୍ଵର ବୈଷୟିକ କ୍ଷେତ୍ରର ସିଇଓମାନଙ୍କର ଏକ ସମାବେଶ, ଯେଉଁଠାରେ ଆମେ ଅଭିନବ ଏବଂ ବ୍ୟାପକ ଜନକଲ୍ୟାଣ ପାଇଁ ଏଆଇ ପ୍ରଯୁକ୍ତି ବିଦ୍ୟାର ସହଯୋଗୀ ଆଭିମୁଖ୍ୟ ଉପରେ ଏକ ସମାବେଶୀ, ସୁରକ୍ଷିତ ଏବଂ ବିଶ୍ୱସନୀୟ ଢଙ୍ଗରେ ମତ ବିନିମୟ କରିବୁ । ଏହି ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବା ପାଇଁ ମୁଁ ଆଗ୍ରହୀ ଅଛି ।

ଭାରତର ୭୬ତମ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଓ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

January 27th, 11:06 am

ଭାରତର ୭୬ତମ ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ମାଇକେଲ ମାର୍ଟିନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

November 19th, 05:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସାକ୍ଷାତ କରିଛନ୍ତି । ଜାନୁଆରୀରେ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ଭାରତ ଗସ୍ତ ପରେ ଏବଂ ଜୁନ୍ ମାସରେ ଇଟାଲୀରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀ ପରେ, ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ଥିଲା ।