ଅହମ୍ମଦାବାଦରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 13th, 02:14 pm

ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଗସ୍ତ କରିଛନ୍ତି। ପ୍ରଭାବିତ ପରିବାରଙ୍କ ପ୍ରତି ସବୁପ୍ରକାର ସମର୍ଥନ ଜଣାଇ ଶ୍ରୀ ମୋଦୀ ଏକମାତ୍ର ଜୀବିତ ବିମାନ ଯାତ୍ରୀଙ୍କ ସମେତ ଅନ୍ୟ ଆହତମାନଙ୍କୁ ଭେଟିଛନ୍ତି । ଏହି କଠିନ ସମୟରେ ଦେଶର ଅତୁଟ ସମର୍ଥନ ନେଇ ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣହାନିକୁ ନେଇ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

June 13th, 10:53 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇବାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗ ଯେଉଁ ଅପାର ଯନ୍ତ୍ରଣା ଏବଂ କ୍ଷତି ସହୁଛନ୍ତି ତାହା ସ୍ୱୀକାର କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଭାବୀ ଓ ତ୍ୱରିତ ସହାୟତାର ଆଶ୍ୱାସନା ଦେଲେ

June 12th, 04:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ହୋଇଥିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହି ଘଟଣା ପୁରା ଦେଶକୁ ସ୍ତବ୍ଧ ଏବଂ ଦୁଃଖୀ କରିଦେଇଛି । ସେ କହିଛନ୍ତି, ଏହି ଘଟଣା ଏତେ ହୃଦୟ ବିଦାରକ ଯେ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ।