ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ-ଇୟୁ ବିଜିନେସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 27th, 04:32 pm
ସଭାପତି ମହୋଦୟା, ଭାରତର ବ୍ୟାବସାୟିକ ନେତୃବୃନ୍ଦ, ସମସ୍ତଙ୍କୁ ମୋର ଶୁଭାଭିବାଦନ । ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମରେ ଅଂଶଗ୍ରହଣ କରି ମୁଁ ବେଶ ଆନନ୍ଦିତ । ୟୁରୋପିଆନ ୟୁନିଅନ କାଉନସିଲର ସଭାପତି ଓ କମିଶନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ କେବଳ ଏକ ମାମୁଲି କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ ଓ ୟୁରୋପିଆନ ୟୁନିଅନ ଭିତରେ ଗଢି ଉଠିଥିବା ସମ୍ପର୍କର ଏକ ନୂଆ ଅଧ୍ୟାୟ । ଭାରତର ସାଧାରଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ୟୁରୋପିଆନ ୟୁନିଅନ ନେତୃବୃନ୍ଦ ମୁଖ୍ୟ ଅତିଥି ହେବା, ଭାରତର ଇତିହାସରେ ଭାରତ-ୟୁରୋପିଆନ ୟୁନିଅନ ଭିତରେ ରହିଥିବା ବୃହତ ଏଫଟିଏର ଉପସଂହାର ଏବଂ ଅନେକ ସିଇଓଙ୍କୁ ନେଇ ବଡ ଆକାରରେ ଅନୁଷ୍ଠିତ ହେଉଥିବା ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମ ପରି ସଫଳତା ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭିତରେ ରହିଥିବା ଅଭୂତପୂର୍ବ ସାମଞ୍ଜସ୍ୟର ପ୍ରତୀକ ।ନୂଆଦିଲ୍ଲୀଠାରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଭାରତ-ୟୁରୋପୀୟ ସଂଘ (ଇୟୁ) ବ୍ୟବସାୟ ଫୋରମରେ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରି କହିଥିଲେ ଯେ, ୟୁରୋପୀୟ ସଂଘ ପରିଷଦ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏକ ସାଧାରଣ କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏକ ନୂତନ ଯୁଗର ଆରମ୍ଭ। ପ୍ରଥମ ଥର ପାଇଁ, ୟୁରୋପୀୟ ସଂଘ ନେତାମାନେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତରେ ଯୋଗ ଦେଇଥିଲେ, ଭାରତ ଏବଂ ୟୁରୋପୀୟ ସଂଘ ଭାରତର ଇତିହାସରେ ସର୍ବବୃହତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଚୂଡ଼ାନ୍ତ କରିଥିଲେ ଏବଂ ଆଜି, ଅନେକ ସିଇଓଙ୍କ ଉପସ୍ଥିତିରେ, ଏତେ ବଡ଼ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମ ଆୟୋଜନ କରାଯାଉଛି। ସେ କହିଥିଲେ ଯେ ଏହି ସଫଳତାଗୁଡ଼ିକ ବିଶ୍ୱର ଦୁଇଟି ବୃହତ ଗଣତନ୍ତ୍ର ମଧ୍ୟରେ ଅଭୂତପୂର୍ବ ସମନ୍ୱୟକୁ ଦର୍ଶାଏ।Agriculture sector needs to be developed in line with the requirements of the 21st century: PM Modi
May 26th, 02:31 pm
Prime Minister Narendra MOdi laid foundation stone for Indian Agricultural Research Institute at Gogamukh in Assam. The PM said that it institute would impact India's Northeast in a positive way in future. The PM said that agriculture sector needed to be developed in line with the requirements of the 21st century.ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ
May 26th, 02:30 pm
ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୋଗମୁଖଠାରେ ପ୍ରସ୍ତାବିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଆଧାରଶିଳା ରଖିଛନ୍ତି । ଏହି ଅବସରରେ ଏକ ବିଶାଳ ଜନ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ଚାଲିଥିବା ଉତ୍ତମ ଜନକଲ୍ୟାଣ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।