ପ୍ୟାରିସରେ ଭିଭାଟେକ୍ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 18th, 06:15 pm

୨୦୨୧ ମସିହାରେ, ଯେତେବେଳେ ମୁଁ ଭିଭାଟେକକୁ ସମ୍ବୋଧିତ କରିଥିଲି, ସେତେବେଳେ ବିଶ୍ୱ COVID-19 ର ବିପର୍ଯ୍ୟୟ ସହ ଲଢ଼ୁଥିଲା। ଆଜି ବିଶ୍ୱ ଅନ୍ୟ ପ୍ରକାରର ବିଘ୍ନର ସମ୍ମୁଖୀନ ହେଉଛି। ମୁଁ ଭିଭାଟେକ ୨୦୨୧ ରେ ଯେଉଁ ବାର୍ତ୍ତାକୁ ଦେଇଥିଲି ଆଜି ମଧ୍ୟ ତାହାକୁ ପୁନରାବୃତ୍ତି କରୁଛି — “ଯେଉଁଠାରେ ପାରମ୍ପରିକ ପଦ୍ଧତି ବିଫଳ ହୁଏ, ସେଠାରେ ନବୋନ୍ମେଷ ସହାୟକ ହୋଇଥାଏ ।”

ୟୁରୋପର ସର୍ବବୃହତ ଷ୍ଟାର୍ଟଅପ୍‍ ମେଳାରେ ଯୋଗଦେଲେ ଭାରତର ୮୦ ଡିପ ଟେକ୍‍ କମ୍ପାନୀ

June 18th, 06:00 pm

ଟେକ୍-ଉଦ୍ୟୋଗୀ, ଷ୍ଟାର୍ଟ-ଅପ୍, ନିବେଶକ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ମାନବ-କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ( ଏଆଇ) ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଭାରତର ଦୂରଦୃଷ୍ଟି ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ସହଯୋଗର ପରିସର ବୃଦ୍ଧି ପାଉଛି। ପ୍ରଯୁକ୍ତିବିଦ୍ୟା ଭାରତରେ ଅନେକ ଉଲ୍ଲେଖନୀୟ ରୂପାନ୍ତରଣ କରିଥିବା ସେ ଆଲୋକପାତ କରିଥିଲେ। ଡିଜିଟାଲ୍ ପେମେଣ୍ଟ, ଏଆଇ ଆଧାରିତ କୃଷି ପ୍ରଗତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ମହାକାଶ ପ୍ରୟୋଗ ପର୍ଯ୍ୟନ୍ତ ଅନେକ ସଂସ୍କାର ଆଣିବାରେ ପ୍ରଯୁକ୍ତି ବିଦ୍ୟା ସକ୍ଷମ ହୋଇଥିବା ସେ କହିଛନ୍ତି। ମୁଖ୍ୟ ଅଭିଭାଷଣ ପରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଶିଳ୍ପ, ସ୍ୱାସ୍ଥ୍ୟସେବା, ସ୍ଥାୟୀ ବିକାଶ ଏବଂ ଯାତାୟାତ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାବହାରିକ ସମାଧାନ ପ୍ରଦର୍ଶନ କରୁଥିବା ଭାରତୀୟ ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ପିପିପି ମୋଡ୍‌ରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 13th, 03:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଏମଆଇଏଲ୍ (ଏମଆଇଏଚଏଏନ୍ ଇଣ୍ଡିଆ ଲିମିଟେଡ)କୁ ଲିଜ୍ ଦିଆଯାଇଥିବା ଜମିର ଲିଜ୍ ଅବଧି ୦୬.୦୮.୨୦୩୯ ପରେ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ଏମଆଇଏଲ୍ ନାଗପୁର ବିମାନବନ୍ଦରକୁ ବାଣିଜ୍ୟିକ ପରିଚାଳନା ତାରିଖ (ସିଓଡି) ଠାରୁ ୩୦ ବର୍ଷ ପାଇଁ ରିହାତିଦାତା, ଅର୍ଥାତ୍ ଜିଏମଆର୍ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ଜିଏନଆଇଏଏଲ୍)କୁ ଲାଇସେନ୍ସ ଦେଇପାରିବ।

ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି

May 06th, 05:24 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।

India- Republic of Korea Joint Statement on Energy Resource Security

April 20th, 10:56 pm

India and the Republic of Korea reaffirmed their commitment to strengthen energy security cooperation by building resilient supply chains, ensuring stable access to energy resources, and promoting collaboration in clean energy and open, transparent global energy markets.

ଫଳାଫଳ ତାଲିକା: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

April 20th, 03:57 pm

ଭାରତ- ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ପାଇଁ ମିଳିତ ରଣନୈତିକ ଦୃଷ୍ଟିକୋଣ

Bodoland is scripting a new chapter of peace and prosperity: PM Modi in Assam

March 13th, 03:00 pm

PM Modi laid the foundation stone for various development works in Kokrajhar, Assam via video conferencing. He lauded the Bodo community for preserving the Bodo language and culture and reiterated the double-engine government’s commitment to safeguard Assam's heritage. Attacking previous regimes for the violence in the region, he highlighted the Bodo Peace Accord as a landmark achievement and resolved to achieve a ‘Viksit Assam’.

କୋକ୍ରାଝାରରେ ₹୪,୫୭୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 13th, 02:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର କୋକ୍ରାଝାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରତିକୂଳ ପାଗ ଯୋଗୁଁ ସେ ବ୍ୟକ୍ତିଗତ ଭାବେ କୋକରାଝାର ଯାଇପାରିନଥିବାରୁ ନାଗରିକମାନଙ୍କୁ କ୍ଷମା ପ୍ରାର୍ଥନା କରି ଗୌହାଟୀରୁ ଯୋଗାଯୋଗ କରୁଥିବା କଥା କହିଥିଲେ। ସେ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମା ଓ ରୂପନାଥ ବ୍ରହ୍ମା ପରି ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରି ସମ୍ମାନ ଜଣାଇଥିଲେ। ଲୋକଙ୍କ ବିପୁଳ ଉପସ୍ଥିତି ତାଙ୍କ ଉପରେ ଏକ ଋଣ ସୃଷ୍ଟି କରିଛି ବୋଲି କହି, ସେ ଉତ୍ସର୍ଗୀକୃତ ସେବା ଓ ଅଞ୍ଚଳର ସମଗ୍ର ବିକାଶ ମାଧ୍ୟମରେ ଏହା ପରିଶୋଧ କରିବା ପ୍ରତି ସଙ୍କଳ୍ପ ବ୍ୟକ୍ତ କରିଥିଲେ।

ଭାରତ-କାନାଡା ସିଇଓ ଫୋରମ୍ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 02nd, 02:30 pm

ମାନନୀୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ଉଭୟ ଦେଶର ବ୍ୟବସାୟ ନେତାଗଣ, ମାନନୀୟା ମହିଳା ଏବଂ ସଜ୍ଜନମାନେ, ନମସ୍କାର!

କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

March 02nd, 11:40 am

ଗତବର୍ଷ କାନାଡାରେ ଅନୁଷ୍ଠିତ ଜି୭ ବୈଠକରେ ସେ ମୋତେ ଓ ମୋର ପ୍ରତିନିଧିମଣ୍ଡଳକୁ ଭବ୍ୟ ସ୍ୱାଗତ କରିଥିଲେ। ଆଜି ସେହି ଆତ୍ମୀୟତା ସହିତ ତାଙ୍କୁ ସ୍ୱାଗତ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ବିଶ୍ୱରେ ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କ ଜୀବନ ସାରଣୀରେ ଦୁଇଟି ଦେଶର କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ନେତୃତ୍ୱ ଅନ୍ତର୍ଭୁକ୍ତ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

February 26th, 03:30 pm

ନଅ ବର୍ଷ ପୂର୍ବେ, ମୋତେ ଇସ୍ରାଏଲକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିବାର ସୌଭାଗ୍ୟ ମିଳିଥିଲା। ପୁଣିଥରେ ଇସ୍ରାଏଲ୍‌ର ଐତିହାସିକ ଭୂମିରେ ପଦାର୍ପଣ କରିବା ମୋ ପାଇଁ ଏକ ଗର୍ବ ଏବଂ ଭାବପ୍ରବଣ ମୁହୂର୍ତ୍ତ ଅଟେ।

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 18th, 05:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଫେବୃଆରୀ ୨୦୨୬ରେ ନୂଆଦିଲ୍ଲୀରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ପେଟେରୀ ଓରପୋଙ୍କୁ ସାକ୍ଷାତ କରିଛନ୍ତି ।

ଭାରତ-ଫ୍ରାନ୍ସ ମିଳିତ ବିବୃତି

February 18th, 08:10 am

ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।

ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନ-୧ ଏବଂ ୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 13th, 06:55 pm

ଆଜି, ଆମେ ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟି ହେବାର ଦେଖୁଛୁ । ଆଜି ବିକ୍ରମ ସଂବତ୍ ଦୁଇ ହଜାର ବୟାଅଶୀ, ଫାଲଗୁନ କୃଷ୍ଣ ପକ୍ଷ ,ବିଜୟା ଏକାଦଶୀ ,ଏହି ପବିତ୍ର ଦିନରେ, ଯାହା ମାଘ ଚବିଶ, ଶାକ ସଂବତ୍ ଉଣେଇଶ ଶହ ସତଚାଳିଶର ପୂଣ୍ୟ ଅବସର, ଏବଂ ଆଜିର ପ୍ରଚଳିତ ଭାଷାରେ ମୁଁ ଯଦି କହିବି ତେବେ, ସାଧାରଣ କ୍ୟାଲେଣ୍ଡରରେ ଫେବୃଆରୀ ୧୩ର ଏହି ଦିନ, ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭରେ ସାକ୍ଷି ହୋଇ ରହୁଛି । ଆମର ଏଠାରେ ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, ଏହି ଦିନରେ ଯେଉଁ ସଂକଳ୍ପ ନେଇ ଆଗକୁ ବଢିଥାଉ, ସେଥିରେ ବିଜୟ ଅବଶ୍ୟ ହୋଇଥାଏ । ଆଜି, ଆମେ ମଧ୍ୟ ଏକ ବିକଶିତ ଭାରତର ସଂକଳ୍ପ ସହିତ ସେବା ତୀର୍ଥ ଏବଂ କାର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛୁ। ଆମ ମିଶନରେ ବିଜୟର ଦିବ୍ୟ ଆଶୀର୍ବାଦ ଆମ ସହିତ ଅଛି। ସେବା ତୀର୍ଥ ଏବଂ ନୂତନ କୋଠାର ଉଦଘାଟନ ପାଇଁ ମୁଁ ଆପଣସମସ୍ତଙ୍କୁ, ପିଏମଓଙ୍କର ସମସ୍ତ ଦଳକୁ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ଏହାର ନିର୍ମାଣରେ ଯୋଗଦାନ ଦେଇଥିବା ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ମଧ୍ୟ ମୁଁ ମୋର କୃତଜ୍ଞତା ଜଣାଉଛି।

ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 13th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ - ୧ ଏବଂ ୨ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ସମସ୍ତେ ଏକ ନୂତନ ଇତିହାସ ସୃଷ୍ଟିର ସାକ୍ଷୀ ହେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ୨୦୮୨ ବିକ୍ରମ ସମ୍ବତ୍, ଫାଲଗୁନ କୃଷ୍ଣ ପକ୍ଷ ସମୟରେ, ବିଜୟା ଏକାଦଶୀର ପବିତ୍ର ଅବସରରେ, ମାଘ ୨୪ ଏବଂ ୧୯୪୭ ଶାକ ସମ୍ୱତ, ଯାହା ବର୍ତ୍ତମାନର କ୍ୟାଲେଣ୍ଡରରେ ୨୦୨୬ ଫେବୃଆରୀ ୧୩, ଦିନଟି ଭାରତର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭର ସାକ୍ଷୀ ହୋଇଛି। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି, କାରଣ ଏହି ଦିନରେ ନିଆଯାଇଥିବା ସଂକଳ୍ପ ସର୍ବଦା ବିଜୟ ଆଡ଼କୁ ନେଇଥାଏ। ଆଜି, ଏକ ବିକଶିତ ଭାରତର ସଂକଳ୍ପ ସହିତ, ସମସ୍ତେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନରେ ପ୍ରବେଶ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଲକ୍ଷ୍ୟରେ ବିଜୟ ପାଇଁ ଦିବ୍ୟ ଆଶୀର୍ବାଦ ସେମାନଙ୍କ ସହିତ ଅଛି। ସେ ସେବା ତୀର୍ଥ ଏବଂ ନୂତନ କୋଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ ସଚିବାଳୟ ଏବଂ ବିଭିନ୍ନ ବିଭାଗର କର୍ମଚାରୀଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିର୍ମାଣ ସହିତ ଜଡିତ ସମସ୍ତ ଇଞ୍ଜିନିୟର ଏବଂ ଶ୍ରମିକ ସହକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

List of Outcomes: Official visit of the Prime Minister to Malaysia

February 08th, 11:05 am

The state visit of PM Modi to Malaysia resulted in several key MoUs and agreements covering disaster management, combating corruption, UN peacekeeping, semiconductors, insurance, education, security, health and medicine. An MoU for the Audio-Visual Co-production Agreement was signed and the report of the 10th Malaysia–India CEO Forum was also presented.

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

February 08th, 08:35 am

ପ୍ରଥମେ, ମୁଁ ମୋର ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଓ ଭବ୍ୟ ସ୍ୱାଗତ ପାଇଁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି। ଗତ ବର୍ଷ, ମୁଁ ଏସିଆନ୍ ଶିଖର ସମ୍ମିଳନୀ ପାଇଁ ମାଲେସିଆ ଯାତ୍ରା କରିପାରି ନଥିଲି। କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଯଥାଶୀଘ୍ର ମାଲେସିଆ ଗସ୍ତ କରିବି। ଆଜି, ୨୦୨୬ର ମୋର ପ୍ରଥମ ବିଦେଶ ଯାତ୍ରାରେ, ମୁଁ ମାଲେସିଆ ଆସିଛି।

India Malaysia Joint Statement on the occasion of the Official visit by Prime minister of India to Malaysia

February 08th, 08:30 am

At the invitation of Prime Minister of Malaysia, His Excellency, Dato’ Seri Anwar Ibrahim, His Excellency, Shri Narendra Modi, Prime Minister of the Republic of India, undertook an official visit to Malaysia from 7 to 8 February 2026. The visit reflected the deep-rooted friendship and enduring people-to-people ties, based on civilizational connections between the two countries. It reaffirmed the shared commitment of the two Leaders to further consolidate and expand the India–Malaysia Comprehensive Strategic Partnership.

India wants to take relationship with Malaysia to a new level: PM Modi at India and Malaysia delegation-level talks

February 08th, 08:20 am

During delegation-level talks with Malaysian PM Anwar Ibrahim, PM Modi expressed his happiness at receiving a warm welcome in Malaysia. He highlighted that India–Malaysia cooperation is deepening across every sector, from agriculture and manufacturing to clean energy and semiconductors. He noted that, as maritime neighbours, India and Malaysia must realise the full potential of their relationship.

Arya Vaidya Sala has played a significant role in preserving, protecting and advancing Ayurveda: PM Modi

January 28th, 02:39 pm

Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.