ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି

March 29th, 11:30 am

ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଭାରତ-ଫ୍ରାନ୍ସ ମିଳିତ ବିବୃତି

February 18th, 08:10 am

ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।

୧୬ ଫେବୃଆରୀରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 15th, 02:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଉଦ୍‌ଘାଟନ କରିବେ ।

ଭାରତ-ଜୋର୍ଡାନ ବ୍ୟବସାୟିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 16th, 12:24 pm

ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।

ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ

December 16th, 12:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।

ମିଳିତ ଘୋଷଣାନାମା: ଭାରତ ଓ ବ୍ରାଜିଲ – ଉଚ୍ଚତର ହିତ ସାଧନ ନିମନ୍ତେ ଦୁଇ ମହାନ୍ ରାଷ୍ଟ୍ର

July 09th, 05:55 am

ଭାରତ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାନୁଭବ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୫ ତାରିଖ ଦିନ ବ୍ରାଜିଲ ଗସ୍ତ କରିଥିଲେ । ବ୍ରାଜିଲ ସଂଘୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଆସିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସମ୍ପର୍କ ଯାହାକି ବ୍ରାଜିଲ–ଭାରତ ମଧ୍ୟରେ ଦୀର୍ଘ ଆଠ ଦଶନ୍ଧି ଧରି ପ୍ରଗାଢ଼ ଭାବରେ ରହିଆସିଛି । ୨୦୦୬ ମସିହାରେ ଏହା ଏକ ରଣନୀତିକ ସମ୍ପର୍କ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।

ଅଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

May 03rd, 01:00 pm

ମୁଁ ରାଷ୍ଟ୍ରପତି ଲରେନ୍ସ ଏବଂ ତାଙ୍କ ପ୍ରତିନିଧିମଣ୍ଡଳର​ ଭାରତରେ ହୃଦୟସ୍ପର୍ଶୀ ସ୍ୱାଗତ କରୁଛି। ​ ଏହା ଏକ ଐତିହାସିକ ମୁହୂର୍ତ୍ତ। ୩୮ ବର୍ଷ ପରେ , ଅଙ୍ଗୋଲାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି। ତାଙ୍କର ଏହ ଗସ୍ତ କାରଣରୁ କେବଳ ଭାରତ - ଅଙ୍ଗୋଲା ସମ୍ପର୍କକୁ ନୂତନ ଦିଗ ମିଳୁନାହିଁ , ବରଂ ଭାରତ ଏବଂ ଆଫ୍ରିକା ସହଭାଗୀତାକୁ ବହୁତ ଶକ୍ତି ମିଳୁଛି।

ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କ ସହ ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ଭାଷଣ (ଫେବୃଆରୀ ୨୮, ୨୦୨୫)

February 28th, 01:50 pm

ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଏତେ ବ୍ୟାପକ ସ୍ତରରେ ଗୋଟିଏ ଦେଶ ସହ ଇୟୁ କଲେଜ ଅଫ୍ କମିଶନରଙ୍କ ଯୋଗଦାନ ଅଭୂତପୂର୍ବ ଅଟେ । ଆମ ପାଇଁ ଏହା ପ୍ରଥମ ଥର, ଯେ ମୋର ଅନେକ କ୍ୟାବିନେଟ୍ ସହଯୋଗୀ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏକତ୍ରିତ ହୋଇଛନ୍ତି। ମୋର ମନେ ଅଛି, ୨୦୨୨ ରେ ରାଇସିନା ଡାଏଲଗରେ ଆପଣ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘ ପ୍ରାକୃତିକ ଅଂଶୀଦାର ଅଟନ୍ତି । ଆଉ ଆଗାମୀ ଦଶନ୍ଧିରେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ୟୁରୋପୀୟ ସଂଘ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହେବ । ଏବଂ ବର୍ତ୍ତମାନ, ଆପଣଙ୍କର ନୂତନ କାର୍ଯ୍ୟକାଳର ଆରମ୍ଭରେ, ଆପଣ ଭାରତକୁ ଏକ ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି । ଭାରତ-ୟୁରୋପୀୟ ସଂଘ ସମ୍ପର୍କରେ ଏହା ଏକ ମାଇଲଖୁଣ୍ଟ ମୁହୂର୍ତ୍ତ ଅଟେ ।

ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 15th, 11:08 am

ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ନମସ୍କାର କରୁଛି, ଆଜିର ଦିନରେ ମାତାଙ୍କ ସୁରକ୍ଷାରେ ନିୟୋଜିତ ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ

January 15th, 10:30 am

ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

October 23rd, 05:22 pm

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।

ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା

September 22nd, 12:00 pm

ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।

ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା

September 05th, 11:00 am

ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆନ୍ତର୍ଜାତିକ ଚିନ୍ତା ରୂପରେ ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣାକୁ ଦୃଷ୍ଟିରେ ରଖି ଏମପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 18th, 07:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କର ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଦେଶରେ ଏମ-ପକ୍ସ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ଏବଂ ଆନୁସଙ୍ଗିକ ଜନସ୍ୱାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଶ୍ରୀଲଙ୍କା ଏବଂ ମରିସସ୍‌ରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 12th, 01:30 pm

ଭାରତ ମହାସାଗର କ୍ଷେତ୍ରର ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମର ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେ ଆଧୁନିକ ଡିଜିଟାଲ୍ ସଂଯୋଗ ସ୍ଥାପନ କରୁଛୁ । ଏହି ପଦକ୍ଷେପ ଜନସାଧାରଣଙ୍କ ପ୍ରଗତି ପ୍ରତି ଆମର ଅତୁଟ ସମର୍ପଣକୁ ଦର୍ଶାଉଛି । ଫିନଟେକ୍ ଯୋଗାଯୋଗ ମାଧ୍ୟମରେ ଆମେ କେବଳ ସୀମାପାର କାରବାରକୁ ବୃଦ୍ଧି କରିବାକୁ ନୁହେଁ , ବରଂ ସୀମାରେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ୟୁପିଆଇ ନାମରେ ପରିଚିତ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଏବେ ଏକ ନୂଆ ଭୂମିକା ନିର୍ବାହ କରୁଛି , ଅର୍ଥାତ୍ ୟୁନିଟିଂ ପାର୍ଟନର୍ସ ୱିଥ ଇଣ୍ଡିଆ (ଭାରତ ସହିତ ଭାଗୀଦାରୀକୁ ଏକାଠି କରିବା ) ଆରମ୍ଭ କରୁଛି ।

ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ଭାବେ ୟୁପିଆଇ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

February 12th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ମିଳିତ ଭାବେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ମରିସସରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି ।

ଦ୍ୱିତୀୟ ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ

November 17th, 05:41 pm

ଦ୍ୱିତୀୟ ଭଏସ୍ ଅଫ୍ ଦ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଆପଣମାନଙ୍କୁ ହାର୍ଦ୍ଦିକସ୍ୱାଗତ। ମୁଁ ଆନନ୍ଦିତ ଯେ ଲାଟିନ ଆମେରିକା ଏବଂ କେରିବିୟାନଦେଶ ଠାରୁ ଆରମ୍ଭ କରି ଆଫ୍ରିକା, ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶ ପର୍ଯ୍ୟନ୍ତ ପ୍ରାୟ ୧୩୦ଟି ଦେଶ ଆଜି ଏହି ପୂର୍ଣ୍ଣ ଦିବସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

October 09th, 12:00 pm

ତାଞ୍ଜାନିଆର ରାଷ୍ଟ୍ରପତି ଭାବେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଯାତ୍ରା । କିନ୍ତୁ ସେ ଭାରତ ଏବଂ ଭାରତର ଲୋକମାନଙ୍କ ସହିତ ଦୀର୍ଘ ଦିନ ଧରି ଯୋଡି ହୋଇ ରହିଛନ୍ତି ।

The biggest scam of the Congress party was that of ‘poverty eradication’ or ‘Garibi Hatao’ 50 years ago: PM Modi

May 10th, 02:23 pm

Seeking the blessings of ‘Maa Amba’, ‘Arbuda Mata’ and ‘Lord Dattatreya’ PM Modi began his address at a public meeting in Abu Road. Referring to the region of Mount Abu as the epitome of penance, PM Modi said, “Mount Abu encourages a lot of tourists to visit this place and hence this has made it a hub for tourism.”

PM Modi addresses a public meeting in Abu Road, Rajasthan

May 10th, 02:21 pm

Seeking the blessings of ‘Maa Amba’, ‘Arbuda Mata’ and ‘Lord Dattatreya’ PM Modi began his address at a public meeting in Abu Road. Referring to the region of Mount Abu as the epitome of penance, PM Modi said, “Mount Abu encourages a lot of tourists to visit this place and hence this has made it a hub for tourism.”