LDF and UDF have deprived Keralam of its youth power: PM Modi in Ernakulam
March 11th, 03:00 pm
Amid a massive gathering in Ernakulam today, Prime Minister Narendra Modi said the enthusiasm and confidence of the people reflected a strong aspiration for Keralam’s development and a new political direction in the state. He emphasised that the aspirations of the people clearly indicate a desire for faster growth and new opportunities.PM Modi addresses a mega public meeting in Ernakulam, Keralam
March 11th, 02:20 pm
Amid a massive gathering in Ernakulam today, Prime Minister Narendra Modi said the enthusiasm and confidence of the people reflected a strong aspiration for Keralam’s development and a new political direction in the state. He emphasised that the aspirations of the people clearly indicate a desire for faster growth and new opportunities.ଭିଡିଓ କନଫରେନ୍ସିଂ ମାଧ୍ୟମରେ ନାଭି ମୁମ୍ବାଇରେ ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀଙ୍କ ୩୫୦ତମ ସହିଦ୍ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 06:28 pm
ଯୋ ବୋଲେ ସୋ ନିହାଲ, ସତ୍ ଶ୍ରୀ ଅକାଲ ! ଆଜି ଆମେ ସମସ୍ତେ, 'ହିନ୍ଦ୍ ଦି ଚାଦର' ଶ୍ରୀ ଗୁରୁ ତେଗ୍ ବାହାଦୁର ସାହିବ ଜୀଙ୍କ ତିନି ଶହ ପଚାଶ ତମ ସହିଦ ପର୍ବର ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରୁଛୁ। ଏହି ସହିଦ ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ମୋର ପ୍ରଣାମ। PM Modi addresses 350th Shaheedi Samagam of Sri Guru Teg Bahadur Ji; highlights initiatives for the Sikh community and social unity
March 01st, 06:00 pm
PM Modi addressed the 350th Martyrdom Year (Shaheedi Samagam) of ‘Hind di Chadar’ Sri Guru Teg Bahadur Sahib Ji. Paying his respects, the PM stated that today we all remember the great Guru on this significant anniversary and expressed that it is a matter of great fortune to be part of such a historic and sacred event.‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
September 24th, 06:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ଆଫଗାନିସ୍ତାନରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନି ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
September 01st, 02:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଯୋଗୁଁ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି ।ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
April 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।ଦିଲ୍ଲୀରେ ଆୟୋଜିତ 'ଜାହାଁ-ଏ-ଖୁସରୋ 2025 "କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 28th, 07:31 pm
ଆଜି ଜାହାନ-ଏ-ଖୁସରୋଙ୍କୁ ଆସି ମନ ଖୁସି ହେବା ଅତ୍ୟନ୍ତ ସ୍ୱାଭାବିକ। ହଜରତ ଅମୀର ଖୁସରୋ ଯେଉଁ ବସନ୍ତ ପ୍ରତି ଆସକ୍ତ ଥିଲେ, ତାହା କେବଳ ଆଜି ଦିଲ୍ଲୀର ଋତୁ ନୁହେଁ, ବରଂ ଜାହାନ-ଏ-ଖୁସରୋଙ୍କ ଏହି ପରିବେଶରେ ମଧ୍ୟ ସନ୍ନିବେଶିତ ହୋଇଛି। ହଜରତ ଖୁସ୍ରୋଙ୍କ ଭାଷାରେ,ସୁଫି ସଙ୍ଗୀତ ସମାରୋହ ଜାହାନ-ଏ-ଖୁସ୍ରୋ ୨୦୨୫ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 28th, 07:30 pm
ଜାହାନ-ଏ-ଖୁସ୍ରୋରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହଜରତ୍ ଅମୀର ଖୁସ୍ରୋଙ୍କ ସମୃଦ୍ଧ ପରମ୍ପରା ଉପସ୍ଥିତିରେ ଖୁସି ଅନୁଭବ କରିବା ସ୍ୱାଭାବିକ । ସେ କହିଛନ୍ତି ଯେ ବସନ୍ତ ଋତୁର ମହତ୍ତ୍ୱ, ଯାହାକୁ ଖୁସ୍ରୋ ବହୁତ ଭଲ ପାଉଥିଲେ, ତାହା କେବଳ ଏକ ଋତୁ ନୁହେଁ ବରଂ ଆଜି ଦିଲ୍ଲୀରେ ଜାହାନ-ଏ-ଖୁସ୍ରୋର ବାୟୁମଣ୍ଡଳରେ ମଧ୍ୟ ରହିଛି ।ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 23rd, 09:24 pm
ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।କ୍ୟାଥୋଲିକ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 23rd, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।The BJP government has diligently tackled the issues faced by sugarcane farmers: PM Modi in Pilibhit
April 09th, 11:00 am
Prime Minister Narendra Modi showered his love and admiration upon the crowd of Pilibhit, Uttar Pradesh. The crowd gathered to celebrate PM Modi’s arrival to the city. PM Modi graced the event and discussed his vision of Uttar Pradesh with the audience. “Amid the various difficulties being faced by the world now, India is showing that there is nothing impossible for it to achieve,” said the PM.PM Modi in his high spirits addresses a public meeting in Pilibhit, Uttar Pradesh
April 09th, 10:42 am
Prime Minister Narendra Modi showered his love and admiration upon the crowd of Pilibhit, Uttar Pradesh. The crowd gathered to celebrate PM Modi’s arrival to the city. PM Modi graced the event and discussed his vision of Uttar Pradesh with the audience. “Amid the various difficulties being faced by the world now, India is showing that there is nothing impossible for it to achieve,” said the PM.ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ୨୦୨୩ର ପ୍ରଥମ ଦୁଇଟି ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 11th, 11:14 pm
ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ଆଇସିସି ପୁରୁଷ କ୍ରକେଟ ବିଶ୍ୱକପ୍ ୨୦୨୩ରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାରୁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଗ୍ରୀସର ଏଥେନ୍ସରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 25th, 09:30 pm
ଯେତେବେଳେ ଉତ୍ସବର ମାହୋଲ ହୋଇଥାଏ, ଉତ୍ସବର ବାତାବରଣ ହୋଇଥାଏ ସେତେବେଳେ ମନ ହୋଇଥାଏ ଶୀଘ୍ର ଶୀଘ୍ର ନିଜ ପରିବାରର ଲୋକଙ୍କ ଗହଣରେ ପହଞ୍ଚିଯିବା, ମୁଁ ମଧ୍ୟ ନିଜ ପରିବାରଜନଙ୍କ ମଧ୍ୟକୁ ଆସିଯାଇଛି । ଶ୍ରାବଣ ମାସ ଏକ ପ୍ରକାରରେ ହେଉଛି ଶିବଙ୍କ ମାସ, ଆଉ ଏହି ପବିତ୍ର ମାସରେ ଦେଶ ପୁଣି ଥରେ ଏକ ନୂଆ ଉପଳବ୍ଧି ହାସଲ କରିଛି । ଭାରତ ଚନ୍ଦ୍ରମାର ଅନ୍ଧକାର କ୍ଷେତ୍ର ଡାର୍କ ଜୋନ୍ ରେ ଦକ୍ଷିଣ ମେରୁରେ ଅବତରଣ କରିବାବାଲା ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା । ଭାରତ ଚନ୍ଦ୍ରମାରେ ତିରଙ୍ଗା ଲହରାଇ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ସହିତ ପରିଚୟ କରାଇଛି । ସାରା ବିଶ୍ୱରୁ ଶୁଭେଚ୍ଛା ସନ୍ଦେଶ ମାନ ଆସୁଛି, ଲୋକ ନିଜର ଶୁଭକାମନା ପଠାଉଛନ୍ତି ଆଉ ମୋର ଦୃଢ଼ ବିଶ୍ୱାସ ଯେ ଲୋକମାନେ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଥିବେ, ଦେଉଛନ୍ତି ନା ? ଅନେକ ଗୁଡ଼ିଏ ଶୁଭେଚ୍ଛା ଆପଣମାନଙ୍କୁ ମଧ୍ୟ ମିଳଛି ନା ? ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ମିଳୁଛି । ସମଗ୍ର ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ସନ୍ଦେଶରେ ଭରପୂର ହୋଇ ରହିଛି । ଯେତେବେଳେ ସଫଳତା ଏତେ ବଡ଼ ହୋଇଥାଏ ସେତେବେଳେ ସଫଳତାର ଉତ୍ସାହ ଏହା ମଧ୍ୟ କ୍ରମାଗତ ଭାବେ ବଜାୟ ରହିଥାଏ । ଆପଣମାନଙ୍କ ଚେହେରା ମଧ୍ୟ କହୁଛି ବିଶ୍ୱର କେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଆପଣମାନଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦିତ ହେଉଛି । ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ । ମୁଁ ଆଜି ଗ୍ରୀସରେ ଆପଣମାନଙ୍କ ଗହଣକୁ ଆସି ପୁଣି ଥରେ ସମସ୍ତଙ୍କୁ ଚନ୍ଦ୍ରଯାନ, ତାହାର ଭବ୍ୟ ସଫଳତା ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଏଥେନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
August 25th, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସର ଏଥେନ୍ସ କଞ୍ଜରଭଟୋଏରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ ।PM Modi interacts with the Indian community in Paris
July 13th, 11:05 pm
PM Modi interacted with the Indian diaspora in France. He highlighted the multi-faceted linkages between India and France. He appreciated the role of Indian community in bolstering the ties between both the countries.The PM also mentioned the strides being made by India in different domains and invited the diaspora members to explore opportunities of investing in India.୨୩ତମ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 04th, 12:30 pm
ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି । ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ ।ଆଇଟିୟୁ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 22nd, 03:34 pm
ଆଜିକାର ଦିନ ହେଉଛି ବହୁତ ବିଶେଷ, ହେଉଛି ବହୁତ ପବିତ୍ର। ଆଜିଠାରୁ ‘ହିନ୍ଦୁ କ୍ୟାଲେଣ୍ଡର’ର ନୂତନ ବର୍ଷ ଆରମ୍ଭ ହୋଇଛି । ମୁଁ ଆପଣ ସମସ୍ତଙ୍କୁ ଆଉ ସମସ୍ତ ଦେଶବାସୀଙ୍କୁ ବିକ୍ରମ ସମ୍ବତ 2080ର ବହୁତ- ବହୁତ ଶୁଭକାମନା ଜଣାଉଛି । ଆମର ଏତେ ବିଶାଳ ଦେଶରେ, ବିବିଧତାରେ ଭରି ରହିଥିବା ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭିନ୍ନ- ଭିନ୍ନ କ୍ୟାଲେଣ୍ଡର ପ୍ରଚଳିତ ରହି ଆସିଛି। କୋଲ୍ଲମ କାଳର ହେଉଛି ମଲୟାଲମ କ୍ୟାଲେଣ୍ଡର, ହେଉଛି ତାମିଲ କ୍ୟାଲେଣ୍ଡର, ଯାହା ହଜାର- ହଜାର ବର୍ଷରୁ ଭାରତକୁ ତିଥି ସମ୍ବନ୍ଧିୟ ଜ୍ଞାନ ପ୍ରଦାନ କରି ଆସିଛି । ବିକ୍ରମ ସମ୍ବତ ମଧ୍ୟ 2080 ବର୍ଷ ପୂର୍ବରୁ ଚାଲି ଆସୁଛି । ଗ୍ରୀଗୋରିୟନ କ୍ୟାଲେଣ୍ଡରରେ ମଧ୍ୟ ଏବେ ବର୍ଷ 2023 ଚାଲୁ ରହିଛି, କିନ୍ତୁ ବିକ୍ରମ ସମ୍ବତ ହେଉଛି ତା’ଠାରୁ ମଧ୍ୟ 57 ବର୍ଷ ପୂର୍ବର। ମୁଁ ଖୁସି ଯେ ନବବର୍ଷର ପ୍ରଥମ ଦିନ ଟେଲିକମ୍, ଆଇସିଟି ଏବଂ ଏହା ସହିତ ଜଡ଼ିତ ନବସୃଜନକୁ ନେଇ ଏକ ବହୁତ ବଡ଼ ଶୁଭାରମ୍ଭ ଭାରତରେ ହେଉଅଛି । ଆଜି ଏଠାରେ ଅନ୍ତରାଷ୍ଟ୍ରୀୟ ଟେଲି- କମ୍ୟୁନିକେସନ୍ ୟୁନିୟନ (ଆଇଟିୟୁ)ର ଆଞ୍ଚଳିକ କାର୍ଯ୍ୟାଳୟ ଆଉ କେବଳ ଆଞ୍ଚଳିକ କାର୍ଯ୍ୟାଳୟ ନୁହେଁ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ସ୍ଥାପନା ହୋଇଛି। ଏହା ସହିତ ହିଁ ଆଜି 6-G ପରୀକ୍ଷାର ଜ୍ଞାନକୌଶଳର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ଟେକ୍ନୋଲୋଜି ସହିତ ଆମର ଭିଜନ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯାଇଛି । ଏହା ଡିଜିଟାଲ ଭାରତକୁ ନୂତନ ଉର୍ଜ୍ଜା ଦେବା ସହିତ ହିଁ ଦକ୍ଷିଣ ଏସିଆ ପାଇଁ, ଗ୍ଲୋବାଲ ସାଉଥ ପାଇଁ, ନୂତନ ସମାଧାନ, ନୂତନ ନବସୃଜନ ନେଇକରି ଆସିବ । ବିଶେଷ କରି ଆମର ଶୈକ୍ଷିକ, ଆମର ନବାଚାର- ଷ୍ଟାର୍ଟ ଅପ୍ସ, ଆମର ଶିଳ୍ପ ପାଇଁ ଏହାଦ୍ୱାରା ଅନେକ ନୂତନ ସୁଯୋଗ ସୃଷ୍ଟି ହେବ।ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
March 22nd, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ) କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ସେ କଲ୍ ବିଫୋର ୟୁ ଡିଗ୍”’ ଆପ୍ର ମଧ୍ୟ ଶୁଭାରମ୍ଭ କରିଥିଲେ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମାର୍ଚ୍ଚ ୨୦୨୨ ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।