କେରଳର ତିରୁବନନ୍ତପୁରମଠାରେ ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
May 02nd, 02:06 pm
କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପି. ବିଜୟନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀଗଣ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏବଂ କେରଳର ମୋର ଭାଇ ଓ ଭଉଣୀମାନେ।କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।PM to visit Kedarnath and Badrinath on 21st October
October 18th, 10:30 pm
Prime Minister Shri Narendra Modi will visit Uttarakhand on 21st October 2022. In Kedarnath, at around 8:30 AM, he will perform darshan and pooja at Shri Kedarnath Temple. At around 9 AM, Prime Minister will lay the foundation stone of the Kedarnath Ropeway Project. After that, he will visit the Adi Guru Shankaracharya Samadhi Sthal. At around 9:25 AM, Prime Minister will review the progress of development works along Mandakini Asthapath and Saraswati Asthapath.କେରଳର ଲୋକମାନେ ବର୍ତ୍ତମାନ ବିଜେପିକୁ ଏକ ନୂତନ ଆଶା ଭାବରେ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
September 01st, 04:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।ପ୍ରଧାନମନ୍ତ୍ରୀ ମୋଦୀ କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି
September 01st, 04:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚିଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓନାମ ଅବସରରେ କେରଳର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରି କହିଥିଲେ, ଏହା ମୋ ପାଇଁ ସୌଭାଗ୍ୟର ବିଷୟ ଯେ ମୁଁ ଓନାମର ସ୍ୱତନ୍ତ୍ର ଅବସରରେ କେରଳ ଆସିଛି । ଆପଣ ସମସ୍ତଙ୍କୁ ଓନାମର ବହୁତ ଖୁସି କାମନା କରୁଛି।ପୁଡୁଚେରୀ ଠାରେ ୨୫ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 12th, 03:02 pm
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲ- ସାଇ ଜୀ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶ୍ରୀ ନାରାୟଣ ରାଣେ ଜୀ, ଶ୍ରୀ ଅନୁରାଗ ଠାକୁର ଜୀ, ଶ୍ରୀ ନିଶୀତ ପ୍ରମାଣିକ ଜୀ, ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଜୀ, ପୁଡୁଚେରୀ ସରକାରଙ୍କ ବରିଷ୍ଠ ମନ୍ତ୍ରିଗଣ, ସାଂସଦ ଗଣ, ବିଧୟାକ ଗଣ, ଦେଶର ଅନ୍ୟ ରାଜ୍ୟର ମନ୍ତ୍ରିଗଣ ଏବଂ ମୋର ଯୁବ ବନ୍ଧୁମାନେ! ନମସ୍କାର! ଆପଣ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୫ତମ ଜାତୀୟ ଯୁବ ଉତ୍ସବ ପୁଡୁଚେରୀଠାରେ ଉଦଘାଟିତ
January 12th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।କେଦାରନାଥଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବିଭିନ ଉନ୍ନୟନ ମୂଳକ ପ୍ରକଳ୍ପକୁ ସମର୍ପଣ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 05th, 07:50 pm
ଆଜି ସମସ୍ତ ମଠ, ସମସ୍ତ 12 ଜ୍ୟୋର୍ତିଲିଙ୍ଗ, ଅନେକ ଶିବାଳୟ, ଅନେକ ଶକ୍ତିଧାମ ଅନେକ ତୀର୍ଥକ୍ଷେତ୍ରରେ ଦେଶର ଗଣମାନ୍ୟ ପୁରୁଷ, ପୂଜ୍ୟ ସନ୍ଥଗଣ, ପୂଜ୍ୟ ଶଙ୍କରାଚାର୍ଯ୍ୟ ପରମ୍ପରା ସହିତ ଜଡ଼ିତ ସମସ୍ତ ବରିଷ୍ଠ ଋଷି- ମୁନିଋଷି ଏବଂ ଅନେକ ଶ୍ରଦ୍ଧାଳୁ ମଧ୍ୟ । ଦେଶର ପ୍ରତ୍ୟେକ କୋଣ- ଅନୁକୋଣରେ ଆଜି କେଦାରନାଥଙ୍କ ଏହି ପବିତ୍ର ଭୂମି ସହିତ, ପବିତ୍ର ପରିବେଶ ସହିତ କେବଳ ଶରୀର ହିଁ ନୁହେଁ କିନ୍ତୁ ଆଧ୍ୟାତ୍ମିକ ରୂପରେ ଭର୍ଚୁଆଲ ମାଧ୍ୟମରେ ଟେକ୍ନୋଲୋଜିର ସହାୟତାରେ ସେ ଆମକୁ ଆଶୀର୍ବାଦ ଦେଉଛନ୍ତି । ଆପଣ ସମସ୍ତେ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ସମାଧିର ପୁନଃସ୍ଥାପନାର ସାକ୍ଷୀ ହୋଇଛନ୍ତି ।କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
November 05th, 10:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।ପ୍ରଧାନମନ୍ତ୍ରୀ ନଭେମ୍ବର ୫ ତାରିଖରେ କେଦାରନାଥ ଗସ୍ତ କରିବେ ଏବଂ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିକୁ ଉଦଘାଟନ କରିବେ
October 28th, 06:17 pm
ପ୍ରଧାନମନ୍ତ୍ରୀ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିବେ । ଏହା ପରେ ସେ ଶ୍ରୀ ଆଦି ଶଙ୍କରାଚର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ ଏବଂ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ୨୦୧୩ ବନ୍ୟାରେ କ୍ଷତିଗ୍ରସ୍ତ ହେବାପରେ ସମାଧିକୁ ପୁନଃ ର୍ନିମାଣ କରାଯାଉଛି । ସମଗ୍ର ନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ତତ୍ୱାବଧାନରେ ଚାଲିଛି, ଯିଏ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ।Srimad Bhagavadgita teaches us how to serve the world and the people: PM Modi
March 09th, 05:02 pm
PM Modi released a Manuscript with commentaries by 21 scholars on shlokas of Srimad Bhagavadgita. He noted that our democracy gives us freedom of our thoughts, freedom of work, equal rights in every sphere of our life. This freedom comes from the democratic institutions that are the guardians of our constitution. Therefore, he said, whenever we talk of our rights, we should also remember our democratic duties.PM releases Manuscript with commentaries by 21 scholars on shlokas of Srimad Bhagavadgita
March 09th, 05:00 pm
PM Modi released a Manuscript with commentaries by 21 scholars on shlokas of Srimad Bhagavadgita. He noted that our democracy gives us freedom of our thoughts, freedom of work, equal rights in every sphere of our life. This freedom comes from the democratic institutions that are the guardians of our constitution. Therefore, he said, whenever we talk of our rights, we should also remember our democratic duties.ପ୍ରଧାନମନ୍ତ୍ରୀ ମୋଦୀ ଆଦି ଶଙ୍କରାଚାର୍ଯ୍ୟଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
April 20th, 12:30 pm
ପ୍ରଧାନମନ୍ତ୍ରୀ ମୋଦୀ ଆଦି ଶଙ୍କରାଚାର୍ଯ୍ୟଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଲେ ,'' ମୁଁ ମହାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରୁଛି । ଆଦି ଶଙ୍କରାଚାର୍ଯ୍ୟ ଆଧ୍ୟାତ୍ମିକ ହେବା ସହିତ ବିଦ୍ୱାନ ମଧ୍ୟ ଥିଲେ । ତାଙ୍କ ପ୍ରଗାଢ଼ ଜ୍ଞାନ ଏବଂ ସମୃଦ୍ଧ ବିଚାର ଆମ ସମାଜରେ ଏକ ଅଲିଭା ଛାପ ଛାଡ଼ିଯାଇଛି । ଆଦି ଶଙ୍କରାଚାର୍ଯ୍ୟ ଶିଖିବା ,ବିତର୍କ କରିବା ଏବଂ ଆଲୋଚନା କରିବାର ସୁସ୍ଥ ସଂସ୍କୃତି ଉପରେ ଗୁରୁତ୍ୱ ଦେଇଥିଲେ ।''