Shri Ram Nath Kovind’s autobiography will become a treasure for Indian democracy and Indian society: PM Modi

August 12th, 09:45 am

During the release of former President Shri Ram Nath Kovind Ji’s biography, Triumph of the Indian Republic: My Life, My Struggles, PM Modi lauded his contribution to society and the nation. Urging everyone to read the book in full, PM Modi noted that through his conduct, Shri Kovind presented before the world a picture of India’s values and traditions that every Indian can be proud of. He concluded by cautioning the youth against shortcuts in life, saying, “Shortcut will cut you short.”

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 12th, 09:30 am

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଆମକୁ ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବାର ସୁଯୋଗ ମିଳିଛି ଏବଂ ମୁଁ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି।”

୨୩,୭୩୧ କୋଟି ଟଙ୍କା ବ୍ୟୟବରାଦ ସହ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପାଇଁ ଜାତୀୟ ସମନ୍ୱିତ ଯୋଜନା-ଗୋବର୍ଦ୍ଧନକୁ କ୍ୟାବିନେଟ୍‌ ମଞ୍ଜୁରି

August 06th, 04:08 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୨୩,୭୩୧ କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଜାତୀୟ ଚକ୍ରିୟ ଜୈବଶକ୍ତି ଯୋଜନା- ଗୋବର୍ଦ୍ଧନକୁ ଅନୁମୋଦନ କରିଛି।

India and Indonesia are connected not only by our history but also by a shared future: PM Modi at community programme in Jakarta

July 07th, 11:47 pm

Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.

ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 07th, 05:30 pm

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଏପରି ଭବ୍ୟ ସ୍ୱାଗତ ପାଇଁ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତି ପ୍ରବୋୱୋଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ମହାନ ନେତା ଏବଂ ଭାରତର ଜଣେ ପ୍ରକୃତ ବନ୍ଧୁ ବୋଲି କହିଥିଲେ । ସେ ଇଣ୍ଡୋନେସିଆର ପ୍ରଗତି ଏବଂ ସମୃଦ୍ଧିରେ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କର ପ୍ରଶଂସା କରିଥିଲେ । ସେ ପାରସ୍ପରିକ ବିଶ୍ୱାସ, ସମାନ ଐତିହ୍ୟ ଏବଂ ସାମୁଦ୍ରିକ ସଂଯୋଗ ଉପରେ ଆଧାରିତ ଇଣ୍ଡୋନେସିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶ ମଧ୍ୟରେ ପ୍ରାଚୀନ ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି, ସେ କହିଥିଲେ ଯେ, ବାଲିଯାତ୍ରା, ଭେସାକ ତୀର୍ଥଯାତ୍ରା ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆଧୁନିକ ସମୟ ଭଳି ପରମ୍ପରା ବିବିଧ ଏବଂ ସ୍ପନ୍ଦନଶୀଳ ଲୋକସମ୍ପର୍କକୁ ପୋଷଣ କରିଆସୁଛି ।

ଗୁଜୁରାଟର ସାନନ୍ଦରେ ସିଜି ସେମି ଓଏସ୍ଏଟି ସୁବିଧାର ଉଦଘାଟନ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 04th, 05:15 pm

ଆଜିର ଏହି କାର୍ଯ୍ୟକ୍ରମ ଏହା ପ୍ରମାଣିତ କରୁଛି ଯେ ଭାରତ ଯାହା କରିବାକୁ ସଂକଳ୍ପ ନେଇଥାଏ, ତାହା କାର୍ଯ୍ୟରେ କରି ଦେଖାଇଥାଏ। ପାଞ୍ଚ ବର୍ଷ ପୂର୍ବେ, ଭାରତ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଆମେ ଡିଜାଇନ୍ ଇନ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆର ମନ୍ତ୍ର ସହିତ ଆଗକୁ ବଢ଼ିଲୁ। ଏବଂ ଆଜି, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟରେ ଚିପ୍ ପ୍ୟାକେଜିଂର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି।

ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 04th, 05:00 pm

୦୪/୦୭/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ (ଓଏସଏଟି) ସୁବିଧା ଉଦ୍ଘାଟନ କରିଛନ୍ତି। ଏହି ଅବସରର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଶୁଭାରମ୍ଭକୁ ଦେଶର ଲକ୍ଷ୍ୟ ପ୍ରତି ଅଟଳ ପ୍ରତିବଦ୍ଧତାର ପ୍ରମାଣ ଭାବରେ ପ୍ରସ୍ତୁତ କରିଛନ୍ତି। ସେ ଜୋର ଦେଇଛନ୍ତି ଯେ ଦେଶ ନିରନ୍ତର ଭାବରେ ଏହାର ଦୃଢ଼ ସଂକଳ୍ପକୁ ଦୃଶ୍ୟମାନ ବାସ୍ତବତାରେ ପରିଣତ କରୁଛି। ଆଜିର କାର୍ଯ୍ୟକ୍ରମ ପ୍ରମାଣ କରୁଛି ଯେ ଭାରତ ଯାହା କରିବାକୁ ସଂକଳ୍ପ କରେ, ତାହା ନିଶ୍ଚିତ ଭାବରେ ହାସଲ କରେ, ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି।

There is no chapter on governance in Congress’ book of power: PM Modi in Bengaluru

May 10th, 09:46 am

Prime Minister Narendra Modi today addressed a massive public meeting in Bengaluru, Karnataka and hailed the BJP’s growing support across southern India, asserting that the people of the country are choosing ‘stability, speed and solutions’ over instability and scams. He said that today, a saffron sun has risen from the land of Bengaluru.

PM Modi addresses a mega public meeting in Bengaluru, Karnataka

May 10th, 09:45 am

Prime Minister Narendra Modi today addressed a massive public meeting in Bengaluru, Karnataka and hailed the BJP’s growing support across southern India, asserting that the people of the country are choosing ‘stability, speed and solutions’ over instability and scams. He said that today, a saffron sun has risen from the land of Bengaluru.

ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 27th, 08:30 pm

ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ନେଟ୍‌ଓ୍ବର୍କ ୧୮ ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 27th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍‌ ସମ୍ପର୍କରେ ଆଲୋଚନା କରିଥିଲେ।

ଏଆଇ ସଫଳତା ଠାରୁ ଆରମ୍ଭ କରି ଟି-20 ବିଶ୍ୱକପ୍ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଭାରତର ଉତ୍ଥାନକୁ ଦର୍ଶାଇଛନ୍ତି

February 22nd, 11:30 am

ଚଳିତ ମାସର 'ମନ୍ କି ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ନିଜର ଅନୁଭୂତି ବିଷୟରେ କହିଥିଲେ। ସେ ଭାରତୀୟ ବଂଶୋଦ୍ଭବ କ୍ରିକେଟର, ଅଙ୍ଗଦାନ, ନଦୀ ମହୋତ୍ସବ, ଡିଜିଟାଲ ସୁରକ୍ଷା, ପରୀକ୍ଷା ପେ ଚର୍ଚ୍ଚା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ 23 ଫେବୃଆରୀରେ ରାଷ୍ଟ୍ରପତି ଭବନରେ 'ରାଜାଜୀ ଉତ୍ସବ' ପାଳନ କରାଯିବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନାରୀ ଶକ୍ତି ସହ ତାଙ୍କର ଗଭୀର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

ହାଇଦ୍ରାବାଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 28th, 06:00 pm

କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ରାମ ମୋହନ ନାଇଡୁ, ମୁରଲୀଧର ମୋହୋଲ, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସମ୍ମାନନୀୟ ମନ୍ତ୍ରୀଗଣ, ବିଶ୍ୱ ବିମାନ କ୍ଷେତ୍ରର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଗଣ, ସମ୍ମାନିତ ପ୍ରତିନିଧିଗଣ, ମହିଳା ଏବଂ ସଜ୍ଜନଗଣ!

ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 05:45 pm

ପ୍ରରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ଏକ ସମାବେଶକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ ଏବଂ ନିବେଶକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ବିମାନ ଶିଳ୍ପର ପରବର୍ତ୍ତୀ ଯୁଗ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ଭାରତ ଏକ ପ୍ରମୁଖ ଖେଳାଳି ଭାବରେ ମୁଣ୍ଡ ଟେକିବାରେ ଲାଗିଛି। ସେ ବିମାନ ନିର୍ମାଣ, ପାଇଲଟ୍ ତାଲିମ, ଉନ୍ନତ ବିମାନ ଗତିଶୀଳତା ଏବଂ ବିମାନ ଲିଜ୍ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବିପୁଳ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଂଶୀଦାରଙ୍କ ପାଇଁ ୱିଙ୍ଗସ୍ ଇଣ୍ଡିଆ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

LDF and UDF have pushed Kerala into corruption, misgovernance and appeasement politics: PM Modi in Thiruvananthapuram

January 23rd, 11:47 am

Prime Minister Narendra Modi today addressed a massive public rally in Thiruvananthapuram, Kerala, where he expressed gratitude for the warm reception and overwhelming public enthusiasm. He said that every visit to Kerala fills him with affection and energy and noted that the atmosphere in Thiruvananthapuram reflected a renewed sense of hope and confidence for change in the state.

Huge crowd turns up as PM Modi addresses rally in Thiruvananthapuram, Kerala

January 23rd, 11:43 am

Prime Minister Narendra Modi today addressed a massive public rally in Thiruvananthapuram, Kerala, where he expressed gratitude for the warm reception and overwhelming public enthusiasm. He said that every visit to Kerala fills him with affection and energy and noted that the atmosphere in Thiruvananthapuram reflected a renewed sense of hope and confidence for change in the state.

ପଶ୍ଚିମବଙ୍ଗ ମାଲଦାଠାରେ ବହୁମୁଖୀ ରେଳ ଓ ରାସ୍ତା ପ୍ରକଳ୍ପ ଲୋକାର୍ପଣ ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 17th, 02:00 pm

ମାଲଦାରୁ ପଶ୍ଚିମବଙ୍ଗର ଅଗ୍ରଗତିର ଆଜି ବିଗୁଲ ବାଜିଛି । କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗର ବିକାଶମୂଳକ ଅନେକ ପ୍ରକଳ୍ପର ଲୋକାର୍ପଣ ଘଟିଛି କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ପଶ୍ଚିମବଙ୍ଗକୁ ନୂଆ ରେଳ ସେବା ଯୋଗାଇ ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଏଠାକାର ଲୋକମାନେ ଅନାୟାସରେ ଗତାଗତ କରିପାରିବେ ଓ ବାଣିଜ୍ୟ ଓ ବ୍ୟବସାୟ ସରଳ ହେବ । ରେଳ ମରାମତି ନେଇ ଏଠାରେ ସୃଷ୍ଟ ବ୍ୟବସ୍ଥା ବଙ୍ଗଳାର ଯୁବକମାନଙ୍କ ଲାଗି ନୂଆ ସୁଯୋଗ ଆଣିବ ।

ପଶ୍ଚିମବଙ୍ଗର ମାଲଦାଠାରେ ୩,୨୫୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 17th, 01:45 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାଠାରେ ପ୍ରାୟ ୩,୨୫୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ଯେ, ଆଜି ମାଲଦାରୁ ପଶ୍ଚିମବଙ୍ଗର ପ୍ରଗତିକୁ ତ୍ୱରାନ୍ୱିତ କରିବାର ଅଭିଯାନ ଗତିଶୀଳ ହେବା ସହ ଏହା ବିକାଶ ସହିତ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ନୂତନ ରେଳ ସେବା ଆରମ୍ଭ ହୋଇଛି, ଯାହା ଲୋକଙ୍କ ପାଇଁ ଯାତ୍ରାକୁ ସହଜ କରିବ ଏବଂ ବ୍ୟବସାୟ-ବାଣିଜ୍ୟକୁ ମଧ୍ୟ ବୃଦ୍ଧି କରିବ। ଏଠାରେ ପ୍ରତିଷ୍ଠିତ ନୂତନ ରେଳ ରକ୍ଷଣାବେକ୍ଷଣ କାରଖାନା ପଶ୍ଚିମବଙ୍ଗର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ ।

ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

December 28th, 09:32 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ତିନି ଦିନିଆ ସମ୍ମିଳନୀ 26 ରୁ 28 ଡିସେମ୍ବର, 2025 ପର୍ଯ୍ୟନ୍ତ ଦିଲ୍ଲୀର ପୁସାରେ ଅନୁଷ୍ଠିତ ହୋଇଥିଲା।

୨୬ ନଭେମ୍ବରରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 25th, 04:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ନଭେମ୍ବର ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଜିଏମଆର୍ ଏରୋସ୍ପେସ ଏବଂ ଶିଳ୍ପ ପାର୍କ – ଏସ୍‌ଇଜେଡରେ ଅବସ୍ଥିତ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍‌ଏଇଏସ୍‌ଆଇ) ସୁବିଧାର ଉଦ୍‌ଘାଟନ କରିବେ ।