ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କଲେ ପ୍ରଧାନମନ୍ତ୍ରୀ
September 09th, 05:34 pm
ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳର ସର୍ଭେ କରିଥିଲେ। ପରେ, ସେ ଗୁରୁଦାସପୁରରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରିଲିଫ୍ ଏବଂ ପୁନର୍ବାସ ପଦକ୍ଷେପର ସମୀକ୍ଷା କରିଥିଲେ ଏବଂ ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିଥିଲେ।ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
September 09th, 03:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୫ରେ ହିମାଚଳ ପ୍ରଦେଶ ଗସ୍ତ କରି, ବନ୍ୟା ପ୍ରଭାବିତ ଅଞ୍ଚଳର ପରିସ୍ଥିତି ସହିତ ବାଦଲ ଫାଟିବା, ଭାରି ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସୃଷ୍ଟ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।ସତର୍କ ରହିବା ଏବଂ ନିୟମର ପାଳନ କରିବା ଗୁରୁତ୍ୱପୂର୍ଣ୍ଣ :'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 11:00 am
ପ୍ରଧାନମନ୍ତ୍ରୀ ମୋଦୀ 'ମନ କି ବାତ' ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରିଥିଲେ । ନିଜ କାର୍ଯ୍ୟକ୍ରମରେ ସେ ଔଦ୍ୟୋଗିକଠାରୁ ନେଇ ଆପଦ ପ୍ରବନ୍ଧନ ପର୍ଯ୍ୟନ୍ତ ,'ସ୍ୱଚ୍ଛ ଭାରତ' ରୁ ନେଇ ' ଗୋବର-ଧନ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜ ବିଚାର ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହିଳା ନେତୃତ୍ୱରେ ବିକାଶକୁ ପ୍ରୋତ୍ସାହନ ଦେବା ବିଷୟରେ କହିଥିଲେ ଏବଂ କିପରି ମହିଳା ବିଭିନ୍ନ କ୍ଷେତ୍ରରେ 'ନ୍ୟୁ ଇଣ୍ଡିଆ' ର ଫାଉଣ୍ଡେସନକୁ ମଜବୁତ କରିବାର କାମ କରୁଛନ୍ତି ସେ ଉପରେ କହୁଥିଲେ ।