୭୯ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

August 15th, 07:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା ପାଇଁ ବିଶ୍ୱନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ

August 15th, 03:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।

ସ୍ୱାଧୀନତା ଦିବସରେ କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ : ଚାଷୀମାନେ ଭାରତର ମେରୁଦଣ୍ଡ

August 15th, 12:02 pm

15.08.2025 : 79ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ ବୋଲି କହିଥିଲେ। ସେ ମନେ ପକାଇଥିଲେ ଯେ ଉପନିବେଶବାଦୀ ଶାସନ କିପରି ଦେଶକୁ ଗରିବ କରିଦେଇଥିଲା, କିନ୍ତୁ କୃଷକମାନଙ୍କର ଅକ୍ଳାନ୍ତ ପ୍ରୟାସ ହିଁ ଭାରତର ଶସ୍ୟଭଣ୍ଡାର ପୂରଣ କରିଥିଲା ଏବଂ ଦେଶର ଖାଦ୍ୟ ସାର୍ବଭୌମତ୍ୱକୁ ସୁରକ୍ଷିତ କରିଥିଲା। ତାଙ୍କର ଅଭିଭାଷଣରେ ଭାରତୀୟ କୃଷିର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ସହିତ ହୃଦୟସ୍ପର୍ଶୀ କୃତଜ୍ଞତା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୯ତମ ସ୍ୱାଧୀନତା ଦିବସ ଅଭିଭାଷଣ : ବିକଶିତ ଭାରତ ୨୦୪୭ ପାଇଁ ଏକ ଦୂରଦୃଷ୍ଟି

August 15th, 11:58 am

୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ତାଙ୍କର ଦୀର୍ଘତମ ଏବଂ ନିର୍ଣ୍ଣାୟକ ଅଭିଭାଷଣ ପ୍ରଦାନ କରିଥିଲେ, ଯାହା ୧୦୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୪୭ ମସିହା ସୁଦ୍ଧା ଏକ ସମୃଦ୍ଧ ଭାରତ ପାଇଁ ଏକ ସାହସିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲା। ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରାଷ୍ଟ୍ରରୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସୀ, ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଦେଶ ଭାବେ ଭାରତର ଯାତ୍ରା ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣ ସମୟରେ ପ୍ରମୁଖ ଘୋଷଣା

August 15th, 10:32 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ୱାଦଶ ସ୍ୱାଧୀନତା ଦିବସ ଅଭିଭାଷଣ ଅବସରରେ, ଭାରତ ଅଭ୍ୟୁତ୍ଥାନର ନୂତନ ଅଧ୍ୟାୟ ଘୋଷଣା ପାଇଁ ଲାଲକିଲ୍ଲାର ପ୍ରାଚୀରକୁ ଏକ ଲଞ୍ଚପ୍ୟାଡରେ ପରିଣତ କରିଥିଲେ। ୭୯ତମ ସ୍ୱାଧୀନତା ଦିବସରେ, ସେ ଏମିତି ଘୋଷଣା ସବୁ କରିଛନ୍ତି ଯେଉଁଗୁଡ଼ିକ ଦେଶକୁ ପାହାଚ ପରେ ପାହାଚ ଚଢ଼ି ଶିଖର ଛୁଇଁବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମ୍ମୁଖୀନ ହୋଇ ଡିଆଁ ମାରିବାକୁ ସଙ୍କେତ ଦେଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ: ସଂସ୍କାର, ଆତ୍ମନିର୍ଭରଶୀଳତା ଓ ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତୀକରଣ ଲାଗି ଏକ ଦୃଷ୍ଟିକୋଣ

August 15th, 10:23 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତାଙ୍କ ଅଭିଭାଷଣରେ ଶ୍ରୀ ମୋଦୀ ଭାରତର ଆତ୍ମନିର୍ଭରଶୀଳତା ଏବଂ ପରିବର୍ତ୍ତନର ଯାତ୍ରା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧିରେ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ କରିଛି, କିନ୍ତୁ ଏବେ ଆହୁରି ଶକ୍ତି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ସେ କହିଛନ୍ତି ଯେ ସରକାର ଏକ ଆଧୁନିକ, ଦକ୍ଷ ଏବଂ ନାଗରିକ-ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଯେଉଁଠାରେ ଆଇନ, ନିୟମ ଏବଂ ପ୍ରକ୍ରିୟାଗୁଡ଼ିକ ସରଳ ଥିବ, ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହିତ କରାଯାଉଥିବ ଏବଂ ପ୍ରତ୍ୟେକ ଭାରତୀୟ ଏକ ବିକଶିତ ଭାରତ ନିର୍ମାଣରେ ଯୋଗଦାନ ଦେଉଥିବେ।

ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି

August 15th, 10:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ, ଆତ୍ମନିର୍ଭର ଭାରତକୁ ବିକଶିତ ଭାରତର ଏକ ପ୍ରମୁଖ ଭିତ୍ତିଭୂମି ଭାବରେ ରେଖାଙ୍କିତ କରି ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି, ମହାକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଅପରେସନ ସିନ୍ଦୂର ଉପରେ ଆଲୋକପାତ କରି ସେ କହିଥିଲେ ଯେ, ରଣନୈତିକ ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ କ୍ଷମତାଗୁଡିକ ବିପଦକୁ ନିର୍ଣ୍ଣାୟକ ଭାବରେ ମୁକାବିଲା କରିବା, ସ୍ୱାବଲମ୍ବନଶୀଳତାକୁ ଜାତୀୟ ଶକ୍ତି, ମର୍ଯ୍ୟାଦାର ଆଧାର କରିବା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଯାତ୍ରାର ମୂଳଦୁଆ କରିବା ପାଇଁ ମହତ୍ଵପୂର୍ଣ୍ଣ ଅଟେ।

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 07:00 am

ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।

India celebrates 79th Independence Day

August 15th, 06:45 am

PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.