ଭାରତର ୧୧ ବର୍ଷର ଭିତ୍ତିଭୂମି ବିପ୍ଳବ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
June 11th, 10:17 am
ଭିତ୍ତିଭୂମି ବିପ୍ଳବର ୧୧ ବର୍ଷ ପାଳନ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଏହା ଦଶ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ପରିବର୍ତ୍ତନକାରୀ ଭିତ୍ତିଭୂମି ବିକାଶ ଯାହା ଦେଶକୁ ପ୍ରଗତି ପଥରେ ଆଗକୁ ବଢ଼ାଇଛି । ଶ୍ରୀ ମୋଦୀ ଭିତ୍ତିଭୂମି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିଛନ୍ତି – ରେଳପଥ, ରାଜପଥ, ବନ୍ଦର ଏବଂ ବିମାନବନ୍ଦର - ଯାହା ଦ୍ୱାରା ଉନ୍ନତ ସଂଯୋଗୀକରଣ, ଅର୍ଥନୈତିକ ପ୍ରସାର ଏବଂ ଉନ୍ନତ ଜୀବନଯାପନ ଏବଂ ନାଗରିକମାନଙ୍କ ପାଇଁ ସମୃଦ୍ଧି ବୃଦ୍ଧି ପାଇଛି ।