ସେୟାର
 
Comments
ପ୍ରଧାନମନ୍ତ୍ରୀଙ୍କ ବାବା ସାହେବ ଆମ୍ବେଦକର ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଣିପାତ
ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ବାପୁଙ୍କ ସମେତ ଅନ୍ୟମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
୨୬/୧୧ର ଶହୀଦମାନଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
“ସମ୍ବିଧାନ ଦିବସ ପାଳନ ହେବା ଉଚିତ କାରଣ ଆମେ ଠିକ ନା ଭୂଲ ରାସ୍ତାରେ ଯାଉଛୁ ତାର ନିରବଚ୍ଛିନ୍ନ ମୂଲ୍ୟାୟନ ଆବଶ୍ୟକ”
“ପରିବାର କୈନ୍ଦ୍ରୀକ ଦଳଗୁଡିକ ଯୋଗୁଁ ଭାରତ ଏକ ପ୍ରକାର ଜଟିଳ ସ୍ଥିତି ଆଡକୁ ଗତି କରୁଛି, ସମ୍ବିଧାନ ପ୍ରତି ନିଷ୍ଠା ରଖିଥିବା ଜନସାଧାରଣଙ୍କ ପାଇଁ ଏହା ନିଶ୍ଚୟ ଏକ ଚିନ୍ତାର ବିଷୟ”
“ଗଣତାନ୍ତ୍ରିକ ଚରିତ୍ର ହରାଇଥିବା ଦଳଗୁଡିକ ଗଣତନ୍ତ୍ରକୁ ସୁରକ୍ଷା ଦେବେ କେମିତି?”
“ଦେଶ ସ୍ୱାଧୀନ ହେବା ପରେ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲେ ଭଲ ହୋଇଥାନ୍ତା। ଆଜାଦୀ କା ଅମୃତ ମହୋତ୍ସବରେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ଆମ ପକ୍ଷରେ ଭଲ, କାରଣ ଏହାଦ୍ୱାରା ଅଧିକାର ସୁରକ୍ଷିତ ରହିପାରିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ଭବନରେ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଥିଲେ। ଏଥିରେ ମହାମାନ୍ୟ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ମଧ୍ୟ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ଭାଷଣ ପରେ ସମଗ୍ର ଦେଶ ତାଙ୍କ ସହିତ ସମ୍ବିଧାନର ପ୍ରସ୍ତାବନା ପାଠ କରିବାରେ ଯୋଗ ଦେଇଥିଲା। ରାଷ୍ଟ୍ରପତି ସାମ୍ବିଧାନିକ ସଭାର ଆଲୋଚନାର ଡିଜିଟାଲ ପ୍ରକରଣ, ଭାରତୀୟ ସମ୍ବିଧାନର ହସ୍ତଲିପି ନକଲର ଡିଜିଟାଲ ପ୍ରକରଣ ଓ ଭାରତୀୟ ସମ୍ବିଧାନ ଅତ୍ୟାଧୁନିକ ରୂପାନ୍ତରଣ ଯେଉଁଥିରେ କି ଏ ପର୍ଯ୍ୟନ୍ତ ହୋଇଥିବା ସମ୍ବିଧାନ ସଂଶୋଧନ ସ୍ଥାନିତ ହୋଇଛି। ସେ ସାମ୍ବିଧାନିକ ଗଣତନ୍ତ୍ରର ଅନ ଲାଇନ କୁଇଜର ମଧ୍ୟ ଉଦଘାଟନ କରିଥିଲେ ।

ସମବେତ ଶ୍ରୋତୁମଣ୍ଡଳୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରୀ ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ବାପୁ ଓ ସ୍ୱାଧୀନତା ସଂଗ୍ରାମରେ ତ୍ୟାଗ ସ୍ୱୀକାର କରିଥିବା ସମସ୍ତ ମହାନୁଭବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣର ଦିବସ। ଏହା ସଦନକୁ ପ୍ରଣିପାତ କରିବାର ଦିବସ। ଏହି ମହାନ ବ୍ୟକ୍ତିଗଣଙ୍କ ନେତୃତ୍ୱ ଓ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଓ ମନ୍ଥନ ପରେ ଆମ ସମ୍ବିଧାନର ଅମୃତଧାରା ବାହାରିଛି । ଆଜି ଗଣତନ୍ତ୍ରର ଏ ଭବନ ଆଗରେ ମଧ୍ୟ ମୁଣ୍ଡ ନୁଆଁଇବା ସମୟ  ବୋଲି ସେ କହିଥିଲେ  । ପ୍ରଧାନମନ୍ତ୍ରୀ ୨୬/୧୧ରେ ଶହୀଦମାନଙ୍କୁ ମଧ୍ୟ ପ୍ରଣିପାତ କରିଥିଲେ । “ଆଜି ଏପରି ଏକ ଦୁଃଖର ଦିନ ଯେତେବେଳେ ଦେଶର ଶତୃଗଣ ଦେଶ ଭିତରକୁ ପଶି ଆସି ମୁମ୍ବାଇରେ ଆତଙ୍କବାଦୀ କାଣ୍ଡ ଘଟାଇଥିଲେ। ଏହି ଆତଙ୍କବାଦୀମାନଙ୍କ ସହ ଯୁଦ୍ଧ କରି ଦେଶର ସାହସୀ ସୈନିକମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଆଜି ମୁଁ ସେମାନଙ୍କ ତ୍ୟାଗ ଆଗରେ ନତମସ୍ତକ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ କେବଳ ଅନେକ ଗୁଡିଏ ଧାରାର ସଂଗ୍ରହ ନୁହଁ,  ଆମ ସମ୍ବିଧାନ ହେଉଛି ସହଶ୍ରାଦ୍ଦୀର ଏକ ପରମ୍ପରା। ଏହା ଏକ ଅଖଣ୍ଡ ଧାରାର ଆଧୁନିକ ଉଚ୍ଚାରଣ। ସମ୍ବିଧାନ ଦିବସ ପାଳନ କରାଯିବା ଉଚିତ, କାରଣ ଆମେ ଠିକ ନା ଭୂଲ  ରାସ୍ତାରେ ଚାଲୁଛି ତାହାର ନିରବଚ୍ଛିନ୍ନ ମୂଲ୍ୟାୟନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

‘ସମ୍ବିଧାନ ଦିବସ’ ପାଳନର ଉତ୍ସାହ ସମ୍ପର୍କରେ ଅଧିକ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ “ଆମେ ସମସ୍ତେ ଅନୁଭବ କଲୁ ଯେ ବାବା ସାହେବ ଆମ୍ବେଦକର ଦେଶକୁ ଦେଇଥିବା ମହାନ ଉପହାର ପାଇଁ ଏହି ଦିନଠୁ ବଡ ମହତ୍ୱପୂର୍ଣ୍ଣ ଦିନ ଆଉ କଣ ଅଛି । ଆମ ସମସ୍ତଙ୍କୁ ତାଙ୍କ ମହତ ସ୍ମରଣୀୟ ପୁସ୍ତକ (ସ୍ମୃତିଗ୍ରନ୍ଥ)”କୁ ମନେ ରଖିବାକୁ ପଡିବ । ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସ ପରମ୍ପରା ଭଳି ସେତେବେଳେ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଇଥିଲେ ଭଲ ହୋଇଥାଆନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବାର କୈନ୍ଦ୍ରୀକ ଦଳ ଗୁଡିକ ଯୋଗୁଁ ଭାରତ ଏକ ପ୍ରକାର ଜଟିଳ ପରିସ୍ଥିତି ଦିଗରେ ଗତି କରୁଛି । ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ନିଷ୍ଠା ରଖିଥିବା ଜନ ସାଧାରଣଙ୍କ ନିମନ୍ତେ ଏହା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ। ସେ କହିଥିଲେ “ଗୋଟିଏ ପରିବାରରୁ ଜଣେ ବ୍ୟକ୍ତି ଦଳରେ ଯୋଗ୍ୟତା ଭିତ୍ତିରେ ଯୋଗ ଦେବା ଦଳକୁ ବଂଶଗତ କରାଏ ନାହିଁ। ଯେତେବେଳେ ଗୋଟିଏ ପରିବାର ଦ୍ୱାରା ଦଳ ବଂଶାନୁକ୍ରମିକ ଭାବେ ପରିଚାଳିତ ହୁଏ ସେତେବେଳେ ସମସ୍ୟା ଉପୁଜେ।”  ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନୀତିକ ଦଳଗୁଡିକ ନିଜର ଗଣତାନ୍ତ୍ରିକ ଚରିତ୍ର ହରାଇବା ଯୋଗୁଁ ସମ୍ବିଧାନର ଆତ୍ମା ମଧ୍ୟ କ୍ଷତାକ୍ତ ହୋଇଛି, ଏହାର ଅନୁଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯେଉଁ ଦଳଗୁଡିକ ନିଜର ଗଣତାନ୍ତ୍ରିକ ଚରିତ୍ର ହରାଇଛନ୍ତି ସେମାନେ କିପରି ଗଣତନ୍ତ୍ରର ରକ୍ଷା କରିବେ ବୋଲି ସେ ପ୍ରଶ୍ନ କରିଥିଲେ।

ପ୍ରଧାନମନ୍ତ୍ରୀ ଅଭିଯୁକ୍ତ ଓ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କୁ ଭୂଲିଯିବାର ମନୋବୃତ୍ତି ତଥା ସେମାନଙ୍କୁ ଗୌରବାନ୍ୱିତ କରିବା ମନୋଭାବ ପ୍ରତି ସତର୍କ କରାଇ ଦେଇଥିଲେ। ଯେତେବେଳେ ସଂସ୍କାର ପାଇଁ ସୁଯୋଗ ଦିଆଯାଉଛି, ସେତେବେଳେ ଏଭଳି ଲୋକମାନଙ୍କୁ ସାଧାରଣ ଜୀବନରେ ଗୌରବାନ୍ୱିତ କରିବାରୁ ଦୂରେଇ ରଖିବା ଦରକାର ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାତ୍ମାଗାନ୍ଧୀ ସ୍ୱାଧୀନତା ସଂଗ୍ରାମ କାଳରେ ଅଧିକାର ପାଇଁ ସଂଗ୍ରାମ କଲାବେଳେ ଦେଶକୁ ତାର କର୍ତ୍ତବ୍ୟ ପାଳନ ପାଇଁ ପ୍ରସ୍ତୁତ କରୁଥିଲେ। “ଦେଶର ସ୍ୱାଧୀନତା ପରେ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲେ ଭଲ ହୋଇଥାଆନ୍ତା। ଆଜାଦୀ କା ଅମୃତ ମହୋତ୍ସବ କାଳରେ ଆମେ କର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ ଆମର ଅଧିକାର ମଧ୍ୟ ସୁରକ୍ଷିତ ରହିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nari Shakti finds new momentum in 9 years of PM Modi governance

Media Coverage

Nari Shakti finds new momentum in 9 years of PM Modi governance
...

Nm on the go

Always be the first to hear from the PM. Get the App Now!
...
Social Media Corner 28th May 2023
May 28, 2023
ସେୟାର
 
Comments

New India Unites to Celebrate the Inauguration of India’s New Parliament Building and Installation of the Scared Sengol

101st Episode of PM Modi’s ‘Mann Ki Baat’ Fills the Nation with Inspiration and Motivation