ସେୟାର
 
Comments

ଦୁଇ ପବିତ୍ର ମସଜିଦ ଓ ସାଉଦି ଆରବ ସାମ୍ରାଜ୍ୟର ସଂରକ୍ଷକ ମହାମହିମ କିଙ୍ଗ ସଲମାନ ବିନ ଅବଦୁଲାଜିଜ ଅଲ ସଉଦଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ସାମ୍ରାଜ୍ୟ ପକ୍ଷରୁ ‘ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀର ସୁଯୋଗକୁ ହୃଦୟଙ୍ଗମ କରିବା’ ଶୀର୍ଷକରେ ନଭେମ୍ବର 21-22, 2020ରେ ହେବାକୁ ଥିବା 15ତମ ଜି20 ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଭର୍ଚୁଆଲ ଫର୍ମାଟରେ ଆୟୋଜିତ ହେବ ।

ଆଗାମୀ ଶିଖର ସମ୍ମିଳନୀ ହେଉଛି 2020ରେ ଜି20 ନେତୃବୃନ୍ଦଙ୍କ ଦ୍ୱିତୀୟ ବୈଠକ । ପ୍ରଧାନମନ୍ତ୍ରୀ ଏବଂ ସାଉଦି ଆରବର କ୍ରାଉନ ପ୍ରିନ୍ସଙ୍କ ମଧ୍ୟରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ ପରେ, 2020 ମାର୍ଚ୍ଚରେ ଅନ୍ତିମ ଜି20 ନେତାଙ୍କ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା, ଯେଉଁଠାରେ ନେତାମାନେ କୋଭିଡ-19 ମହାମାରୀର ମୁକାବିଲା ବାବଦରେ ସହାୟତା କରିବା ଏବଂ ଏକ ଅନ୍ତର୍ଜାତୀୟ ସମନ୍ୱିତ ପ୍ରତିକ୍ରିୟା ପ୍ରଦର୍ଶନ ଲାଗି ଜି20 ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସମୟୋଚିତ ବୁଝାମଣା ବିକଶିତ କରିଥିଲେ ।

ଆଗାମୀ ଜି20 ଶିଖର ସମ୍ମିଳନୀରେ କୋଭିଡ-19କୁ ପ୍ରତିହତ କରିବା ପାଇଁ ଏକ ସାମୂହିକ, ନମନୀୟ ତଥା ସ୍ଥାୟୀ ସୁଧାର ଉପରେ ଗୁରୁତ୍ୱ ଦିଆଯିବ । ଜି20 ଶିଖର ସମ୍ମିଳନୀ ବେଳେ ନେତାମାନେ ମହାମାରୀ ପ୍ରସ୍ତୁତି ଏବଂ ନିଯୁକ୍ତି କ୍ଷେତ୍ରକୁ ପୁନଃ ସଂଚାଳିତ କରିବା ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ଏକ ସମାବେଶୀ, ନିରନ୍ତର ତଥା ବିକଶିତ  ଭବିଷ୍ୟତ ନିର୍ମାଣ ନିମନ୍ତେ ନେତାମାନେ ସେମାନଙ୍କ ଦୃଷ୍ଟିକୋଣ ବିନିମୟ କରିବେ ।

ସାଉଦି ଆରବ ସହ ଭାରତ ଜି20 ଟ୍ରୋଇକାରେ ପ୍ରବେଶ କରିବ, ଯେବେ କି ଇଟାଲୀ 1 ଡିସେମ୍ବର 2020ରେ ଜି20ର ଅଧ୍ୟକ୍ଷତା ଭାର ହାତକୁ ନେବ ।

 

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India's Remdesivir production capacity increased to 122.49 lakh vials per month in June: Government

Media Coverage

India's Remdesivir production capacity increased to 122.49 lakh vials per month in June: Government
...

Nm on the go

Always be the first to hear from the PM. Get the App Now!
...
Delhi's #NaMoAppAbhiyaan Strives To Do More, Gets Done Even More!
August 05, 2021
ସେୟାର
 
Comments

The efforts of the Karyakartas are bearing fruits in Delhi. On-ground and online thousands download & use the NaMo App! Delhi, let us continue to show our love and support to #NaMoAppAbhiyaan.