narendramodi.in

ଆନ୍ତର୍ଜାତୀୟତା - ବିଶ୍ବ ସ୍ତରରେ

ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନପ୍ରିୟତା କେବଳ ଭାରତ ମଧ୍ୟରେ ନୁହେଁ, ଭାରତ ବାହାରେ ମଧ୍ୟ ପରିବ୍ୟାପ୍ତ। ଆମେରିକାରୁ ଆରମ୍ଭ କରି ଅଷ୍ଟ୍ରେଲିଆ, ଚିନରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ତାଙ୍କର ଖ୍ୟାତି ଓ ବ୍ୟାପ୍ତି ବିସ୍ତୃତ। ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଶିଖର ସମ୍ମୀଳନୀରେ 100ରୁ ଅଧିକ ଦେଶ ଭାଗ ନେଇଥିଲେ ଯାହା ଥିଲା ରାଜ୍ୟ ପାଇଁ ଏକ ଗୌରବର ବିଷୟ। ସେ ଗୁଜୁରାଟର ଅର୍ଥନୈତିକ ବିକାଶ ପାଇଁ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛନ୍ତି। ସେ ନିଜକୁ ଗୋଟିଏ ସୀମା ମଧ୍ୟରେ ଆବଦ୍ଧ କରି ରଖିବାକୁ ଚାହିଁ ନାହାନ୍ତି। ନିଜ ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟକୁ ଗସ୍ତ କରିବା ସାଙ୍ଗକୁ ଭାରତ ବାହାରର ବିଭିନ୍ନ ଦେଶ ଯଥା ଅଷ୍ଟ୍ରେଲିଆ, ଚିନ, ଜାପାନ, ମରିସସ୍, ଥାଇଲାଣ୍ଡ ଓ ଉଗାଣ୍ଡା ପ୍ରମୁଖ ଦେଶଗୁଡ଼ିକୁ ଯାଇଛନ୍ତି। /p>

ଅକ୍ଟୋବର 2001ର ଗୋଟିଏ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେଋଷିଆରେ ଅଭିଭାଷଣ ଦେବାକୁ ଯାଇଥିଲେ ଯେଉଁଠାରେ ସେ ଆଷ୍ଟ୍ରାକାନ୍ ରାଜ୍ୟର ସରକାରଙ୍କ ସହିତ ଏକ ଉଲ୍ଲେଖନୀୟ ଚୁକ୍ତି ସମ୍ପାଦନ କରିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଋଷ ଓ ଗୁଜୁରାଟ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇଥିଲା ଯାହାଥିଲା ଗୁଜୁରାଟ ରାଜ୍ୟ ପାଇଁ ଏକ ଉଲ୍ଲେଖନୀୟ ବିଷୟ। ଭାରତୀୟ ନେତାମାନଙ୍କ ମଧ୍ୟରେ ଶ୍ରୀ ମୋଦିଙ୍କର ବିଚକ୍ଷଣ ବ୍ୟକ୍ତିତ୍ବ ଓ ପରିପ୍ରକାଶ ଭଙ୍ଗୀ ପାଇଁ ତାଙ୍କୁ ସବୁସ୍ତରର ନେତା ମାନେ ଗୁରୁତ୍ବପ୍ରଦାନ କରିଆସିଛନ୍ତି। ଗୁଜୁରାଟ ରାଜ୍ୟ ଆଜି ତାର ମାନବ ସମ୍ବଳ, କୃଷି, ଜଳ, ଶକ୍ତି ଓ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଇଜରାଏଲ୍ ସରକାରଙ୍କ ସହଭାଗୀତାରେ ଦୃଷ୍ଟାନ୍ତମୂଳକ ଭାବରେ ବିକାଶ ଲାଭ କରିଛି।

ଦକ୍ଷିଣପୂର୍ବ ଏସିଆ ଓ ଭାରତ ମଧ୍ୟରେ ସହଭାଗୀତା ସମ୍ପର୍କ ମଧ୍ୟ ମଜବୁତ ହୋଇଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋଦି ଦକ୍ଷିଣପୂର୍ବ ଏସିଆର ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯାଇଛନ୍ତି। ସେ ମଧ୍ୟ ହଂକଂ, ମାଲେସିଆ, ସିଙ୍ଗାପୁର, ଟାଇୱାନ ଓ ଥାଇଲାଣ୍ଡ ଭଳି ଦେଶ ଦ୍ବାରା ନିମନ୍ତ୍ରିତ ହୋଇଛନ୍ତି ବିଭିନ୍ନ ଆନ୍ତର୍ଜାତିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠାନ ସହିତ ବାଷିର୍କ ଆନ୍ତର୍ଜାତିକ ଗୁଡ଼ି ଉଡା ଉତ୍ସବ ରେ ଏହି ସବୁ ଦେଶଗୁଡ଼ିକରୁ ବହୁ କଳାକାର ଓ ସଂସ୍କୃତିବିଦ୍ୟାମାନେ ଭାଗ ନେଇଛନ୍ତି ଯାହା ଏହି ରାଜ୍ୟ ପାଇଁ ଏକ ସ୍ବତନ୍ତ୍ର ସମ୍ମାନ ସୃଷ୍ଟି କରିଛି।

କେବଳ ଏତିକି ନୁହେଁ ଶ୍ରୀ ନରେନ୍ଦ୍ର ମୋଦି ଚିନ୍ ସହିତ ଅର୍ଥନୈତିକ ସହବନ୍ଧନ ସ୍ଥାପନ ପାଇଁ ପ୍ରୟାସ କରିଛନ୍ତି। ସେ ଏଥିପାଇଁ ସରକାରୀ କାର୍ଯ୍ୟକ୍ରମରେ ତିନି ଥର ଚିନ ଯାତ୍ରା କରିଛନ୍ତି। ତାଙ୍କର ଶେଷତମ ଯାତ୍ରା ନଭେମ୍ବର 2011ରେ ଥିଲା। ଏହି ଯାତ୍ରା ସମୟରେ ଶ୍ରୀ ମୋଦି ଗୁଜୁରାଟବାସୀଙ୍କ ପକ୍ଷରୁ ବେଜିଂଠାରେ ଚିନର ଶୀର୍ଷସ୍ଥାନୀୟ ନେତାମାନଙ୍କୁ ଭେଟି ପାରସ୍ପରିକ ଭାବ ବିନିମୟ କରିଥିଲେ। ଏହି ସମୟରେ ଚିନ ସହିତ ଅନେକଗୁଡ଼ିଏ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚିନର କମ୍ପାନୀ ହୁୱାଇର ସହୟତା ସହିତ ଏକ ଆର୍ ଏଣ୍ଡ ଡି କେନ୍ଦ୍ର ସ୍ଥାପନ ପାଇଁ ସିଚୁଆନ ସରକାରଙ୍କ ସହିତ ଏହି ଚୁକ୍ତି କରାଯାଇଥିଲା

2011ରେ ଚିନ୍ ଗସ୍ତ କାଳରେ ଶ୍ରୀ ନରେନ୍ଦ୍ର ମୋଦି ଚିନର ଶୀର୍ଷ ସ୍ଥାନୀୟ ନେତାମାନଙ୍କ ସହିତ ସାକ୍ଷତ୍

ତାଙ୍କର ଅଭିଯାନ କେବଳ ଏତିକିରେ ଶେଷ ହୋଇନଥିଲା। ଗୁଜୁରାଟରେ ଅର୍ଥନୈତିକ ପ୍ରଗତି ପୃଷ୍ଠଭୂମିରେ ଜାପାନର ମଧ୍ୟ ଅଗ୍ରଣୀ ଅଂଶୀଦାରୀ ରହିଛି। ଜାପାନର ସହାୟତାରେ ଦିଲ୍ଲୀ, ମୁମ୍ବାଇ ଶିଳ୍ପଦ୍ୟୋଗ ପରିସରର ପ୍ରସାର ସାଙ୍ଗକୁ ଗୁଜୁରାଟର ଅର୍ଥନୈତିକ ପ୍ରେକ୍ଷାପଟ ଜଡ଼ିତ ହୋଇ ରହିଛି। ଜାପାନ ସହିତ ମୋଦି ମଧ୍ୟ ଗୁଜୁରାଟର ସାମାଜିକ ଉନ୍ନତି ପାଇଁ ଦକ୍ଷିଣ କୋରିଆ ସହିତ ଅର୍ଥନୈତିକ ଓ ସାଂସ୍କୃତିକ ବିନିମୟ ସ୍ଥାପନ କରି ସଫଳ ହୋଇଛନ୍ତି। ପୂର୍ବ ଆଫ୍ରିକାର ରାଜନୈତିକ ଅର୍ଥନୀତି ପାଇଁ ଗୁଜୁରାଟ ଲୋକମାନଙ୍କର ଅବଦାନ ରହିଛି ଏବଂ ଏଥିପାଇଁ ଶ୍ରୀ ମୋଦିଙ୍କର ଆନ୍ତରିକତା ସ୍ପଷ୍ଟ ବାରିହୁଏ। ସେ ମଧ୍ୟ କେନିଆ ଓ ଉଗାଣ୍ଡା ରାଜ୍ୟକୁ ଭ୍ରମଣରେ ଯାଇ ଖୁବ୍ ପ୍ରଶଂସିତ ହୋଇଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ମୋଦିଙ୍କୁ ଏହି ଦୁଇଟି ଦେଶରେ ଖୁବ୍ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

ବିଭିନ୍ନ ପରିସ୍ଥିତିରେ ଶ୍ରୀ ମୋଦିଙ୍କ ଆନ୍ତର୍ଜାତିକ ଦେଶଗୁଡ଼ିକୁ ପରିଭ୍ରମଣରେ ଭାରତୀୟ ଖୁବ୍ ଆନନ୍ଦିତ । ସେ ବ୍ୟକ୍ତିଗତ ଭାବରେ ଜେନିଭାକୁ ପରିଦର୍ଶନ କରିବା ପରେ 50 ବର୍ଷ ପରେ ସୁଇଜରଲ୍ୟାଣ୍ଡରୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଶ୍ରୀ ଶ୍ୟାମଜି କୃଷ୍ଣ ବର୍ମାଙ୍କର ଚିତାଭସ୍ମକୁ ଫେରାଇ ଆଣିଥିଲେ । ଯେତେବେଳେ ସେ ଜେନିଭାକୁ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରିଥିଲେ ସେତେବେଳେ ସ୍ବର୍ଗତ ଶ୍ୟାମଜି କୃଷ୍ଣ ବର୍ମାଙ୍କର ଚିତା ଭସ୍ମକୁ ଦୀର୍ଘ 50 ବର୍ଷ ପରେ ଭାରତକୁ ଫେରାଇ ଆଣିପାରିଥିଲେ।

ଜେନିଭାରୁ ଶ୍ୟାମଜି କୃଷ୍ଣ ବର୍ମାଙ୍କର ଚିତା ଭସ୍ମ ଅଣାଯାଉଛି

ଗତ ବର୍ଷ ଭାରତୀୟ ହୀରା ବ୍ୟବସାୟୀମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ସେ ଚିନର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେତାଙ୍କର ଏହି ପ୍ରଚେଷ୍ଟା ବଳରେ ସେହି ବ୍ୟବସାୟୀମାନଙ୍କୁ ମୁକ୍ତ କରାଯାଇ ସ୍ବଦେଶକୁ ଅଣାଯାଇପାରିଥିଲା ଯାହା ନରେନ୍ଦ୍ର ମୋଦିଙ୍କର ଏକ ବଡ଼ ସଫଳତା ଥିଲା । ଶ୍ରୀ ନରେନ୍ଦ୍ର ମୋଦି ସର୍ବଦା ସମସ୍ତ କ୍ଷେତ୍ରରେ ଭାରତକୁ ପ୍ରାଥମିକତା ଦେଇଛନ୍ତି। ଦକ୍ଷିଣ ଏସିଆରେ ମଧ୍ୟ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଜନପ୍ରିୟତା ବହୁତ। ଗତ ବର୍ଷ କରାଚି ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରାଯାଇଥିଲା ଓ ସେ ଏଠାରେ ଗୁଜୁରାଟର ବିକାଶ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ମୋଦିଙ୍କୁ କେସିସିଆଇ ଭବନର ପ୍ରତିମୂର୍ତ୍ତି ଉପହାର ଦିଆଯାଇଥିଲା। ଯାହାର ଭିତ୍ତିପ୍ରସ୍ତର ସ୍ଥାପନା ଗାନ୍ଧିଜୀ 1934 ମସିହାରେ କରିଥିଲେ । ଏହି ବର୍ଷ ପୂର୍ବେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୟୁନାଇଟେଡ୍ ନ୍ୟାସନାଲ ପାଟିର୍ର ନେତା ଶ୍ରୀ ରନିଲ୍ ୱିକ୍ରମସିଂଘେ ଗୁଜୁରାଟ ବିକାଶ ସମ୍ବନ୍ଧରେ ବକ୍ତୃତା ଦେବା ପାଇଁ ଶ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିଥିଲେ।

ଆଟଲାଣ୍ଟିକ୍ ଦେଶଗୁଡ଼ିକରେ ମଧ୍ୟ ଶ୍ରୀ ମୋଦିଙ୍କୁ ବହୁ ସମ୍ମାନରେ ଭୂଷିତ କରାଯାଇଛି। ୟୁଏସ୍ଏ କଂଗ୍ରେସିନାଲ୍ ରିସର୍ଚ୍ଚ ସଭିର୍ସ୍ ଦ୍ବାରା 2011 ସେପ୍ଟେମ୍ବରରେ ଶ୍ରୀ ମୋଦିଙ୍କୁ ସୁଶାସନର ସମ୍ରାଟ (କିଙ୍ଗ ଅଫ୍ ଗଭର୍ଣାନସ) ନାମରେ ନାମିତ କରାଯାଇଛି। ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ବରେ ଗୁଜୁରାଟ ରାଜ୍ୟର ସାମଗ୍ରୀକ ବିକାଶ ଭାରତର ଅର୍ଥନୈତିକ ପ୍ରଗତିକୁ ଅଧିକ ମଜବୁତ କରିପାରିଥିବା କଥା ଏବଂ ମୋଦି ଏଥିରେ ପ୍ରମୁଖ କର୍ଣଧାର ବୋଲି କୁହାଯାଇଛି। ରାଜ୍ୟରେ ଦୁର୍ନୀତିକୁ ହଟାଇ ଏକ ଶୁଶାସନ ପ୍ରତିଷ୍ଠା କରିପାରିଥିବାରୁ ମୋଦିଙ୍କୁ ପ୍ରଂଶସା କରାଯାଇଛି।

ବିଶ୍ବର ଏକ ଅଗ୍ରଣୀ ସଂବାଦପତ୍ରିକା ଟାଇମର 26 ମାର୍ଚ୍ଚ 2012ର ସଂଖ୍ୟାରେ ନରେନ୍ଦ୍ର ମୋଦିଙ୍କର ଫଟୋଚିତ୍ରକୁ ଏହାର କଭରରେ ସ୍ଥାନିତ କରାଯାଇଥିଲା ଓ ଶିରୋନାମା ଥିଲା ମୋଦି ମିନସ୍ ବିଜନେସ୍। ପୂର୍ବରୁ ଏହି ଟାଇମ୍ ପତ୍ରିକାରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ଭାରତୀୟମାନେ ହେଲେ ମହାତ୍ମା ଗାନ୍ଧୀ, ସରଦାର ବଲ୍ଲଭ ଭାଇ ପଟେଲ, ଲାଲ୍ ବାହାଦୂର ଶାସ୍ତ୍ରୀ ଓ ଆଚାର୍ଯ୍ୟ ବିନୋବା ଭାବେ ଟାଇମ୍ ପତ୍ରିକାରେ ଗୁଜୁରାଟ ରାଜ୍ୟର ବିକାଶ ପାଇଁ ମୋଦିଙ୍କର ଅବଦାନକୁ ବହୁ ପ୍ରଶଂସା କରାଯାଇଛି ।

ଟାଇମର ପ୍ରଚ୍ଛଦରେ ଶ୍ରୀ ନରେନ୍ଦ୍ର ମୋଦି

ୟୁଏସ୍ଏର ଅଗ୍ରଣୀ ଭାବନାର ଭଣ୍ଡାର ବୁକିଂସ୍ ଇନଷ୍ଟିଚ୍ୟୁସନ ଗୁଜୁରାଟ ରାଜ୍ୟର ବିକାଶ ଚିତ୍ରକୁ ଉପସ୍ଥାପିତ କରିଥିଲା । ଏହାର ପରିଚାଳନା ନିର୍ଦେଶକ ଉଇଲିୟମ ଆଣ୍ଟେଲିସ୍ ଲେଖିଥିଲେ ଯେ ଶ୍ରୀ ମୋଦି ହେଉଛନ୍ତି ଜଣେ ଦକ୍ଷ ଓ ବିଚକ୍ଷଣ ନେତା ଏବଂ ସେ ଯାହା କରିବାକୁ ଚାହିଁଛନ୍ତି ତାହାକୁ କାର୍ଯ୍ୟରେ ପରିଣତ କରିଛନ୍ତି। ତାଙ୍କର ଦୃଢ଼ ମନୋବଳ, ଅଦମନୀୟ ସାହସ ହେତୁ ଚାଇନା ପରି ସେ ଗୁଜୁରାଟ ରାଜ୍ୟର ସାମଗ୍ରୀକ ଉନ୍ନତି ଓ ବିକାଶ କରିପାରିଛନ୍ତି ଯାହା ପ୍ରଶଂସନୀୟ। ଅଗ୍ରଣୀ ବ୍ୟବସାୟିକ ସମ୍ବାଦ ପତ୍ର ଫାଇନାନସିଆଲ୍ ଟାଇମସରେ ପ୍ରକାଶିତ ଶିରୋନାମା- ଗୁଜୁରାଟର ବିକାଶକୁ ଆଗେଇ ନେଇଛନ୍ତି ମୋଦି ଶୀର୍ଷକ ସନ୍ଦର୍ଭରେ ଗୁଜୁରାଟର ବିକାଶ କାହାଣୀ ସ୍ଥାନ ପାଇଛି। ଏହି ଲେଖାରେ ବର୍ଣନା କରାଯାଇଛି। ଗୁଜୁରାଟ ହେଉଛି ଭାରତରେ ବାର୍ଷିକ 2 ଅଙ୍କ ବିଶିଷ୍ଟ ବିକାଶ ହାରକୁ ଛୁଇଁ ପାରିଥିବା ରାଜ୍ୟ। ଏହି ରାଜ୍ୟ ଭାରତର ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିଛି। ଏହା ସାଙ୍ଗକୁ ସମସ୍ତ ବର୍ଗର ଲୋକମାନଙ୍କ ନିକଟରେ ଏହି ସରକାର ଅତ୍ୟନ୍ତ ପ୍ରିୟ ଓ ବିଶ୍ବାସ ଭାଜନ ହୋଇପାରିଛି ବିଶେଷ କରି ଯୁବକମାନଙ୍କ ଆଖତ୍ରେ ସେ ଫୁଟାଇଛନ୍ତି ଆଗାମୀ କାଲି ପାଇଁ ଏକ ସଦାବନାମୟ ସ୍ବପ୍ନ ।

20 ମଇ 2012ର ପ୍ରଭାତରେ ଗୁଜୁରାଟ ଦିବସ ପାଳନ ଅବସରରେ ଭିଡିଓ ଆଲୋଚନା ମାଧ୍ୟମରେ ଶ୍ରୀ ମୋଦି ନିଜ ରାଜ୍ୟ ପାଇଁ ପ୍ରିୟ ରାଜ୍ୟବାସୀଙ୍କ ପକ୍ଷରୁ ନିଜର ବକ୍ତବ୍ୟ ଉପସ୍ଥାପିତ କରିଥିଲେ। ତାଙ୍କର ଏହି ବକ୍ତବ୍ୟରେ ସେ ଗୁଜୁରାଟ ରାଜ୍ୟର ବହୁବିଧ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏନ୍ଆରଆଇ ଦ୍ବାରା ତାଙ୍କର ଏହି ଭାଷଣକୁ ରେକର୍ଡ଼ କରାଯାଇ ଉପସ୍ଥାପିତ କରାଯାଇଥିଲା ଓ ସାଟେଲାଇଟ୍ ଟେଲିଭିଜନ ତଥା ଇଣ୍ଟରନେଟ୍ ଜରିଆରେ ସାରା ବିଶ୍ବରୁ ଲକ୍ଷଲକ୍ଷ ଲୋକ ଏହାକୁ ଦେଖିଥିଲେ।

दଅନ୍ୟାନ୍ୟ ଆମେରେକୀୟ ଦେଶଗୁଡ଼ିକୁ ମଧ୍ୟ ଗୁଜୁରାଟର ଏହି ସଫଳତା କାହାଣୀ ପରିବ୍ୟାପ୍ତ ହୋଇଛି। ଜୁଲାଇ 2012ରେ 7 ଲାଟିନ୍ ଆମେରିକାନ୍ ଆମ୍ବାସାଡରଙ୍କ ସହିତ ଏକ ବ୍ରାଜିଲ୍, ମେକ୍ସିକୋ, ପେରୁ ଓ ଡୋମିନିସାଆନ୍ ରିପବଲିକର ପ୍ରମୁଖ ଅଧିକାରୀମାନଙ୍କ ସହିତ ଶ୍ରୀ ମୋଦି ଏକ ସୌଜନ୍ୟମୂଳକ ଆଲୋଚନାରେ ଭାଗ ନେଇ ନିଜ ରାଜ୍ୟର ପ୍ରମୁଖ ଉନ୍ନତି ସମ୍ପର୍କରେ ଅବଗତ କରାଥିଲେ। ସେ ଏଥିରେ ତାଙ୍କର ପ୍ରଚେଷ୍ଟା ଓ ଲକ୍ଷ୍ୟ ହାସଲ ପାଇଁ ଏହି ସବୁ ଦେଶଗୁଡ଼ିକର ସାହାଯ୍ୟ ସହଯୋଗ କାମନା କରିଥିଲେ। ସେ ଗୁଜୁରାଟରେ ଉଡ୍, ଟିମ୍ବର ଓ ମାର୍ବଲ୍ ପାଇଁ ଏସ୍ଇଜେଡ୍ ଟ୍ରେଡ୍ ସେଣ୍ଟର ସ୍ଥାପନ ଲାଗି ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ବିକାଶମୂଳକ କାର୍ଯ୍ୟକୁ ଅଧିକାରୀମାନେ ବହୁତ ପ୍ରଶଂସା କରିଥିଲେ।

ବିଦେଶରୁ ପାଇଥିବା ଏହି ସବୁ ସମ୍ମାନ ଓ ପ୍ରଶଂସା ମୋଦୀଙ୍କୁ ଭାରତ ଥଥା ଭାରତ ବାହାରେ ବହୁତ ସମ୍ମାନ ଆଣି ଦେଇଛି। ବିଦେଶର ଏହିସବୁ ଦେଶଗୁଡ଼ିକ ମଧ୍ୟରେ ସମନ୍ବୟ ଓ ସଂପ୍ରିତି ରକ୍ଷା କରି ଶ୍ରୀ ମୋଦି ଭାରତ ବାହାରେ ବିପୁଳ ଜନପ୍ରିୟତା ଲାଭ କରିପାରିଛନ୍ତି। ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ତଥା ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ମୁଁହରେ ଗୋଟିଏ କଥା ମୋଦି ହେଉଛନ୍ତି ଭାରତର ଏକ ବିକାଶ ଇଂଜିନ୍।

ଇ-ବୁକ୍ସ

ଗ୍ୟାଲେରିଜ୍

© Copyright 2014 Narendramodi.in All Rights Reserved. | Disclaimer | Privacy Policy | Terms of Service