narendramodi.in

୨୦୧୪ ନିର୍ବାଚନ ସରକାର ପରବର୍ତ୍ତନ ପାଇଁ ନୁହେଁ ବରଂ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ଆଶାର କିରଣ : ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଶ୍ରୀ ନରେନ୍ଦ୍ର ମୋଦୀ

ଶ୍ରୀ ନରେନ୍ଦ୍ର ମୋଦୀ ଏହା ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଭାରତ ହେଉଛି ଏକ ଦେଶ ଯେଉଁଠାରେ ସର୍ବଦା ସତ୍ୟ ଓ ଅହିଂସାର ବିଜୟ ହୋଇ ଆସିଛି । ଯେଉଁଠାରେ ଚିନ୍ତାଧାରାର ଉନ୍ମୁକ୍ତ ପରିପ୍ରକାଶକୁ ସର୍ବଦା ଗୁରୁତ୍ବ ଦିଆଯାଇଛି, ଏବଂ ଯେଉଁଠାରେ ସମସ୍ତ ପ୍ରକାର ବିଶ୍ବାସକୁ ସମାନ ବିବେଚନା କରାଯାଇଛି।

ସାରା ବିଶ୍ବରେ ପରିଚିତ ଏବଂ ସମ୍ମାନିତ ବ୍ରାଣ୍ଡ ଇଣ୍ଡିଆ ପାଞ୍ଚୋଟି ଟି କୁ ନେଇ ଗଠିତ । ତାହା ହେଉଛି ଟ୍ୟାଲେଣ୍ଟ (ବୁଦ୍ଧିମତା), ଟ୍ରାଡିସନ (ପରମ୍ପରା), ଟୁରିଜିମ୍ (ପର୍ଯ୍ୟଟନ), ଟ୍ରେଡ୍ (ବାଣିଜ୍ୟ) ଏବଂ ଟେକ୍ନୋଲୋଜି (ବୈଷୟିକତା)

ରାଷ୍ଟ୍ରୀୟ ପରିଷଦ ବୈଠକରେରେ ପ୍ରଦାନ କରିଥିବା ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଭାଷଣକୁ ବର୍ତ୍ତମାନ ଓଡ଼ିଆ ଭାଷାରେ ମଧ୍ୟ ଶୁଣାଯାଇପାରିବ।

ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ବ୍ୟାପକ ବିକାଶୋନ୍ମୁଖୀ ସମନ୍ବିତ ଏବଂ ଭବିଷ୍ୟତ ପାଇଁ ଉପଯୋଗୀ ଚିନ୍ତାଧାରା ଉପରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ହେଉଛି ଏକ ଦେଶ ଯେଉଁଠାରେ ସତ୍ୟ ଓ ଅହିଂସାର ବିଜୟ ସର୍ବଦା ହୋଇ ଆସିଛି। ଯେଉଁଠାରେ ଚିନ୍ତାଧାରାର ଉନ୍ମୁକ୍ତ ପରିପ୍ରକାଶକୁ ସର୍ବଦା ଗୁରୁତ୍ବ ଦିଆଯାଇଛି ଏବଂ ଯେଉଁଠାରେ ସମସ୍ତ ପ୍ରକାର ବିଶ୍ବାସକୁ ସମାନ ବିବେଚନା କରାଯାଇଛି । ସେ ମଧ୍ୟ ସାରା ବିଶ୍ବରେ ପରିଚିତ ଏବଂ ସମ୍ମାନିତ ବ୍ରାଣ୍ଡ ଇଣ୍ଡିଆ ପାଞ୍ଚୋଟି ଟି କୁ ନେଇ ଗଠିତ ଯଥା ଟ୍ୟାଲେଣ୍ଟ (ବୁଦ୍ଧିମତା), ଟ୍ରାଡିସନ (ପରମ୍ପରା), ଟୁରିଜିମ୍ (ପର୍ଯ୍ୟଟନ), ଟ୍ରେଡ୍ (ବାଣିଜ୍ୟ) ଏବଂ ଟେକ୍ନୋଲୋଜି (ବୈଷୟିକତା) ଉପରେ ଆଲୋଚନା କରିଥିଲେ।

ରାଜନୈତିକ ଦୃଷ୍ଟିକୋଣ ପରିପ୍ରେକ୍ଷୀରେ ଶ୍ରୀ ମୋଦୀ କଂଗ୍ରେସ ଦଳର ଲୋକ ବିରୋଧୀ ନୀତି ଉପରେ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଏହାର ସମାଲୋଚନା କରିଥିଲେ । ଆଉ ମଧ୍ୟ କଂଗ୍ରେସ ଦଳର ନେତୃତ୍ବଧାରୀ ଲୋକମାନଙ୍କ ଦ୍ବାରା କିପରି ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି ତାହା ଉପରେ ଆଲୋଚନା କରି ସେ କହିଥିଲେ ଯେ ୨୦୧୪ ନିର୍ବାଚନ କେବଳ ସରକାର ପରିବର୍ତ୍ତନ ପାଇଁ ନୁହେଁ ଅନ୍ୟ ପକ୍ଷରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ଆଶାର କିରଣ ହୋଇପାରିବ ।

ରାଷ୍ଟ୍ରୀୟ ପରିଷଦ ବୈଠକରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ବର୍ତ୍ତମାନ ଓଡ଼ିଆ ଭାଷାରେ ଶୁଣିବାକୁ ମିଳିପାରିବ ।

ଜୀବନୀ (ବାୟୋଗ୍ରାଫି)

ଜଣେ ଦ୍ରୁଷ୍ଟାନ୍ତମୂଳକ ନେତା ଯିଏ କି ଲକ୍ଷ ଲକ୍ଷ ମନୁଷ୍ୟଙ୍କ ହୃଦୟରେ ସ୍ବପ୍ନ ରଚିଛନ୍ତି ଓ ତାହାକୁ ସାକାର କରିବାକୁ ଚାହିଁଛନ୍ତି, ଶ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସେହି ବିନ୍ଧାଣି ଯିଏ କି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବରେ ନିଜର ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉଛନ୍ତି।

ସିଏମ୍ : କମନ୍ ମ୍ୟାନ୍

ଉତ୍ତର ଗୁଜୁରାଟରେ ମେହେଶନା ଜିଲ୍ଲାର ଏକ ଛୋଟିଆ ଟାଉନ୍ ବଡ଼ନଗରରେ ସେପ୍ଟେମ୍ବର 1950ରେ ଶ୍ରୀ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ। ସେ ଏପରି ଏକ ସଂସ୍କୃତି ମଧ୍ୟରେ ବଢ଼ିଥିଲେ ଯେଉଁଠାରେ ନମ୍ରତା, ଦୟାଶୀଳତା ଓ ସାମାଜିକ ସେବା ଭଳି ମୂଲ୍ୟବୋଧକୁ ଗ୍ରହଣ କରିବାର ସୁଯୋଗ ରହିଥିଲା। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ବେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। 1967ରେ ସେ ଗୁଜୁରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜୁରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ।

ପିଲାଟି ଦିନରୁ ମୋଦୀ ଅନେକ ଗୁଡ଼ିଏ ବାଧା ଓ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ, ତା ସତ୍ତ୍ବେ ସେ ନିଜ ଉପରେ ଅଖଣ୍ଡ ବିଶ୍ବାସ ରଖି ଓ ଅଦମନୀୟ ସାହସ ନେଇ ସମସ୍ତ ଆହ୍ବାନଗୁଡ଼ିକୁ ସୁଚାରୁ ରୂପେ ମୁକାବିଲା କରିପାରିଥିଲେ ବିଶେଷତଃ ଯେତେବେଳେ ସେ ନିଜର ଉଚ୍ଚ ଶିକ୍ଷା ପାଇଁ କଲେଜ୍ ଓ ବିଶ୍ବବିଦ୍ୟାଳୟରେ ଯୋଗ ଦେଲେ ସେତେବେଳେ ତାଙ୍କର ଗତିପଥ ଅତ୍ୟନ୍ତ ସଂଗ୍ରାମମୁଖର ହୋଇପଡ଼ିଥିଲା। କିନ୍ତୁ ଜୀବନର ଏହି ସଂଗ୍ରାମରେ ସେ ହାରି ନଯାଇ ସଦା ସର୍ବଦା ନିଜକୁ ଜଣେ ଯୋଦ୍ଧା ରୂପରେ, ଜଣେ ବାସ୍ତବିକ୍ ସୈନିକ ରୂପରେ ଉପସ୍ଥାପିତ କରିଆସିଛନ୍ତି। ନିଜର ଏହି ପ୍ରତିଶୃତିବଦ୍ଧତା କାରଣରୁ ସେ ରାଜନୀତି ବିଜ୍ଞାନରେ ସ୍ନାତ୍ତକୋତ୍ତର ଡିଗ୍ରୀ ସମାପ୍ତ କଲେ। ରାଷ୍ଟ୍ରୀୟ ସ୍ବୟଂମ୍ ସେବକ ସଂଘ (ଆରଏସ୍ଏସ୍), ଏକ ସାମାଜିକ- ସାଂସ୍କୃତିକ ସଂଗଠନରେ ସେ ଯୋଗ ଦେଇ ଭାରତର ସାମାଜିକ ତଥା ସାଂସ୍କୃତିକ ବିକାଶଧାରା ଉପରେ ବିଶେଷ ଗୁରୁତ୍ବପ୍ରଦାନ କରିଥିଲେ ଓ ନିଜକୁ ନିସ୍ବାର୍ଥପର, ସାମାଜିକ ଦାୟୀତ୍ବ ଓ ଜାତୀୟତାବୋଧ କାର୍ଯ୍ୟରେ ନିୟୋଜିତ କଲେ । ଆରଏସ୍ଏସରେ କାର୍ଯ୍ୟ କରୁଥିବା ସମୟରେ ଶ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଘଟଣାରେ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ। ତନ୍ମଧ୍ୟରୁ 1974ର ନବ ନିର୍ମାଣ ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନ ଏବଂ ସମସ୍ୟା ବହୁଳ 19 ମାସ (ଜୁନ୍ 1975ରୁ ଜାନୁୟାରୀ 1977) ଦୀର୍ଘକାଳୀନ ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ଭାରତୀୟ ନାଗରିକଙ୍କ ଜୀବନ ଛନ୍ଦି ହୋଇପଡ଼ିଥିଲା ସେତେବେଳେ ସେ ଗଣତନ୍ତ୍ରର ଭାବମୂତ୍ତିର୍କୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ନିଜକୁ କିଛିଦିନ ଧରି ଆତ୍ମଗୋପନ କରାଇ ସେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନକୁ ଜାରି ରଖିଥିଳେ।

1987 ମସିହାରେ ସେ ବିଜେପିରେ ଯୋଗଦାନ କରି ତାଙ୍କର ମୁଖ୍ୟ ରାଜନୈତିକ ଜୀବନ ଆରମ୍ଭ କଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଗୁଜୁରାଟ୍ ୟୁନିଟ୍ର ସାଧାରଣ ସମ୍ପାଦକ ସ୍ତରରେ ଅବତୀର୍ଣ ହେଲେ। ଏହି ସମୟରେ ସେ ଜଣେ ଭଲ ସଂଗଠକ ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ। ସେ ନିଜର ଦଳକୁ ଏକ ଉପଯୁକ୍ତ ମାର୍ର୍ଗରେ ପରିଚାଳିତ କରାଇବା ପାଇଁ ଅନେକଗୁଡ଼ିଏ ଆହ୍ବାନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ଦଳଟି ରାଜନୈତିକ ସଫଳତା ହାସଲ କରିବାକୁ ଲାଗିଲା ଏବଂ 1990ରେ କେନ୍ଦ୍ରରେ ଏକ ମେଣ୍ଟ ସରକାର ଗଠନ ହେଲା ଏହି ସହଭାଗୀତାପୂର୍ଣ ସରକାରଟି ଅଳ୍ପ ମାସ ମଧ୍ୟରେ ଭାଙ୍ଗିଯାଇଥିଲା କିନ୍ତୁ 1995ରେ ବିଜେପି ଗୁଜୁରାଟ୍ ରେ ନିଜର ଦୁଇ ତୃତୀୟାଂଶ ସଂଖ୍ଯା ଗରିଷ୍ଠତା ହେତୁ କ୍ଷମତାକୁ ଆସିଲା ଏହା ପରଠାରୁ ବିଜେପି ଗୁଜୁରାଟରେ ଶାସନ ଭାର ଚଳାଇ ଆସୁଛି।

1988 ଓ 1995 ମଧ୍ୟରେ ଗୁଜୁରାଟ୍ ରାଜ୍ୟର ଶାସକ ଦଳ ଗଠନ ପାଇଁ ତୃଣମୂଳ ସ୍ତରରେ କାର୍ସ୍ୟ କରି ସଫଳ ହୋଇଥିବାରୁ ମୋଦିଙ୍କୁ ଜଣେ ପୋଖତ ରଣକୌଶଳବିତ୍ ଭାବରେ ସ୍ବୀକୃତି ପ୍ରଦାନ କରାଗଲା। ଏହି ସମୟରେ ମୋଦି ଦୁଇଗୋଟି ଗୁରୁତ୍ବପୂର୍ଣ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଦାୟୀତ୍ବକୁ ସଫଳତାପୂର୍ବକ ତୁଲାଇଥିଲେ ଯାହା ଥିଲା ଶ୍ରୀ ଏଲ୍.କେ. ଆଡ୍ଭାନୀଙ୍କ ସହିତ ସୋମନାଥରୁ ଅଯୋଧ୍ୟା ରଥଯାତ୍ରା (ଏକ ଦୀର୍ଘ ଯାତ୍ରା) ଏବଂ ସେହିଭଳି କନ୍ୟାକୁମାରୀ (ଭାରତର ଦକ୍ଷିଣାଞ୍ଚଳ)ରୁ ଉତ୍ତର କାଶ୍ମୀର ଯାତ୍ରା ଏହି ଦୁଇଟି ସଫଳ କାର୍ଯ୍ୟକ୍ରମ ହେତୁ 1988ରେ ନୂଆ ଦିଲ୍ଲୀରେ ବିଜେପିକୁ ବିପୁଳ ସମର୍ଥନ ମିଳିଥିଲା ଓ ଏହା ପଛରେ ମୋଦିଙ୍କର ପ୍ରଛନ୍ନ ଅବଦାନ ରହିଥିଲା।

1995ରେ ସେ ଦଳର ରାଷ୍ଟ୍ରୀୟ ସଂପାଦକ ପଦରେ ନିଯୁକ୍ତ ହେଲେ ଏବଂ ଭାରତର ପ୍ରମୁଖ ପାଞ୍ଚଟି ରାଜ୍ୟର ଦାୟୀତ୍ବରେ ରହିଲେ 1998ରେ ସେ ସଂସ୍ଥାର ସାଧାରଣ ସଂପାଦକ ପଦକୁ ଉନ୍ନୀତ ହେଲେ ଯେଉଁ ପଦରେ ସେ ଅକ୍ଟୋବର 2001 ପର୍ଯ୍ୟନ୍ତ ରହିଥିଲେ ଓ ତାପରେ ତାଙ୍କୁ ଭାରତର ଅନ୍ୟତମ ସମୃଦ୍ଧ ରାଜ୍ୟ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବରେ ରହିବା ପାଇଁ ମନୋନୀତ କରାଗଲା। ଜାତୀୟତା ସ୍ତରରେ ରହି କାର୍ଯ୍ୟ କରୁଥିବା ସମୟରେ ମୋଦିଙ୍କୁ ବିଭିନ୍ନ ରାଜ୍ୟ ସ୍ତରୀୟ ବ୍ୟାପାରକୁ ଅନୁଧ୍ୟାନ କରିବା ଲାଗି ଦାୟୀତ୍ବ ଦିଆଯାଇଥିଲା ଏଥିମଧ୍ୟରେ ଜାମ୍ମୁ ଓ କାଶ୍ମୀର ପରି ଅତି ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ ରାଜ୍ୟର ରାଜନୀତି ତଥା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଦଳୀୟ ସ୍ଥିତିକୁ ସୁଧାରିବା ପାଇଁ ତାଙ୍କ ଉପରେ ଦାୟୀତ୍ବ ନ୍ୟସ୍ତ କରାଯାଇଥିଲା। ସେ ମଧ୍ୟ ବିଭିନ୍ନ ରାଜ୍ୟରେ ସଂସ୍ଥାର ଆଭିମୂଖ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଦାୟୀତ୍ବ ନେଇଥିଲେ। ରାଷ୍ଟ୍ରୀୟତା ସ୍ତରରେ ଏହି କାର୍ଯ୍ୟ କରୁଥିବା ସମୟରେ ଶ୍ରୀ ମୋଦି ଦଳର ମୁଖପାତ୍ର ଭାବରେ ବିଭିନ୍ନ ପରିସ୍ଥିତିରେ ବହୁ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଆସିଛନ୍ତି।

ଏହି ସମୟରେ ସେ ପୃଥିବୀର ବିଭିନ୍ନ ରାଷ୍ଟ୍ରକୁ ଗସ୍ତ କରିଛନ୍ତି ଏବଂ ବିଭିନ୍ନ ଦେଶର ବହୁ ଗୁରୁତ୍ବପୂର୍ଣ ନେତାଙ୍କ ସହିତ ପାରସ୍ପରିକ ସଦଭାବ ପ୍ରତିଷ୍ଠା କରିଛନ୍ତି ତାଙ୍କର ଏହି ଅନୁଭୂତି କେବଳ ତାଙ୍କ ପାଇଁ ବିଶ୍ବସ୍ତରରେ ପ୍ରସିଦ୍ଧି ଆଣିଦେଇ ନାହିଁ ଅନ୍ୟ ପକ୍ଷରେ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତାଙ୍କର ଆବେଗକୁ ଅଧିକ ସୁସ୍ପଷ୍ଟ କରିପାରିଛି।

ଅକ୍ଟୋବର 2001ରେ ତାଙ୍କୁ ଦଳ ପକ୍ଷରୁ ଗୁଜୁରାଟରେ ନେତୃତ୍ବ ନେବା ପାଇଁ ଆହ୍ବାନ କରାଗଲା ଯେତେବେଳେ କି ଗୁଜୁରାଟରେ ପରିସ୍ଥିତି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁବିର୍ପାକ ଦ୍ବାରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଅନ୍ୟ ପକ୍ଷରେ ଶ୍ରୀ ନରେନ୍ଦ୍ର ମୋଦି ବିଚକ୍ଷଣ କୌଶଳନୀତି ଅବଲମ୍ବନ କରି ଏହି ଆହ୍ବାନକୁ ସଫଳତାର ସହିତ ମୁକାବିଲା କରିଥିଲେ। ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ଥିଲା ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କଲେ। 2001 ରେ ରାଜ୍ୟରେ ଦେଖା ଦେଇଥିବା ବଡ଼ ଭୂମିକମ୍ପରେ ପ୍ରଭାବିତ ଅଞ୍ଚଳ ତଥା ଲୋକମାନଙ୍କର ପୁନଃନିର୍ମାଣ ଓ ପୁନଃଥଇଥାନ କାର୍ଯ୍ୟ ପାଇଁ ସେ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ପାଇଁ ଏହି ସମସ୍ୟାଟି ଏକ ବଡ଼ ଆବ୍ହାନ ଥିଲା ସେତେବେଳେ 2001ର ଜାନୁୟାରୀ ମାସରେ ସଂଗଠିତ ହୋଇଥିବା ଏହି ଭୂମିକମ୍ପରେ ଭୁଜ ସହରଟି ପ୍ରାୟ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଓ ହଜାର ହଜାର ଲୋକ ବାସ ହରା ହୋଇ ଅସ୍ଥାୟୀ ବାସ ଗୃହରେ ଦିନ ଯାପନ କରୁଥିଲେ। ଆଜି ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ଭୁଜ ସହରଟିର ରୂପରେଖ ସଂପୂର୍ଣ ପରିବତ୍ତିର୍ତ ହୋଇ ବିକାଶର ଦିଗରେ ଅଗ୍ରସର ହେଉଛି । ଏହି ପୁନଃନିର୍ମାଣ ଓ ପୁନଃଥଇଥାନ କାର୍ଯ୍ୟ ଚାଲୁଥିବା ସମୟରେ ମଧ୍ୟ ନରେନ୍ଦ୍ର ମୋଦି ତାଙ୍କର ବିରାଟ ସ୍ବପ୍ନକୁ ଭୁଲିନଥିଲେ। ଗୁଜୁରାଟକୁ ସବୁବେଳେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବରେ ପରିଗଣିତ କରାଯାଇଛି ଏକ ସମନ୍ବିତ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସାମାଜିକ ଉଦ୍ୟୋଗ ଗୁଡ଼ିକ ଉପରେ ଉପଯୁକ୍ତ ଭାବରେ ଦୃଷ୍ଟି ଦେଇ ସେ ସମସ୍ତ ପ୍ରକାର ଅସନ୍ତୁଳନତାକୁ ଦୁର କରିବା ପାଇଁ ଚେଷ୍ଟା କରିଥିଲେ। ସେ ପଞ୍ଚାମୃତ ଯୋଜନା - ରାଜ୍ୟର ସମନ୍ବିତ ବିକାଶ ପାଇଁ ଏକ ପଞ୍ଚମୁଖୀ ସ୍ତରୀୟ ପଞ୍ଚାମୃତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପରିକଳ୍ପନା କରିଥିଲେ।

ତାଙ୍କର ନେତୃତ୍ବରେ ଗୁଜୁରାଟ ଶିକ୍ଷା, କୃଷି, ସ୍ବାସ୍ଥ୍ୟସେବା ଏବଂ ଅନେକଗୁଡ଼ିଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲା। ସେ ସଦାସର୍ବଦା ରାଜ୍ୟର ଭବିଷ୍ୟତର ସମୃଦ୍ଧି ପାଇଁ ଅନେକଗୁଡ଼ିଏ ନୀତି-ଭିତ୍ତିକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ସେ କ୍ଷମତାରେ ଆସିବାର ପ୍ରଥମ 100 ଦିନ ମଧ୍ୟରେ ତାଙ୍କର ଏହି ପାରଦଶିର୍ତାକୁ ଲକ୍ଷ୍ୟ କରାଯାଇଥିଲା ଏହା କେବଳ ତାଙ୍କର ସ୍ବଛ ପ୍ରଶାସନିକ ଦକ୍ଷତା, ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଓ ଦୃଢ଼ ବ୍ୟକ୍ତିତ୍ବ ଦ୍ବାରା ସମ୍ଭବ ହୋଇପାରିଥିଲା। 2002ରେ ସାଧାରଣ ନିର୍ବାଚନରେ ମୋଦି ସରକାର 182ଟି ଆସନ ମଧ୍ୟରୁ 128ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିଲା। ଏହି ବିଜୟ ଧାରା ମଧ୍ୟ 2007 ନିର୍ବାଚନରେ ଜାରି ରହିଥିଲା ଓ ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ପୁଣି ଥରେ କ୍ଷମତା ଗ୍ରହଣ କରିଥିଲା। 17 ସେପ୍ଟେମ୍ବର 2012ରେ ଗୁଜୁରାଟବାସୀଙ୍କୁ 4000 ଦିନର ସେବା ପ୍ରଦାନ କରି ସେ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ କ୍ରମାଗତ ତିନୋଟି ନିର୍ବାଚନରେ ଲୋକମାନଙ୍କର ଆଶୀର୍ବାଦ ପାଇ ଆସିଛନ୍ତି। 2002 ଓ 2007 (117ଟି ଆସନ) ନିର୍ବାଚନରେ ଦଳକୁ ବିଜୟର ସ୍ବାଦ ଚଖାଇଥିବା ଶ୍ରୀ ମୋଦି 2012 ଗୁଜୁରାଟର ସାଧାରଣ ନିର୍ବାଚନରେ ପୁଣି ଥରେ ବିଜେପିକୁ କ୍ଷମତାକୁ ଆଣିବାରେ ସଫଳ ହୋଇଥିଲେ ଏହି ନିର୍ବାଚନରେ 115ଟି ସିଟ ପାଇଥିଲା ଓ କ୍ରମାଗତ ଚତୁର୍ଥ ଥର ପାଇଁ ଶ୍ରୀ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ 26 ଡିସେମ୍ବର 2012ରେ ଶପଥ ଗ୍ରହଣ କରିଥିଲେ। ଆଜି ଲୋକଙ୍କର ଆଶା ପୁରଣ ହୋଇପାରିଛି। ଇ-ଗଭର୍ଣାନ୍ସ, ବିନିଯୋଗ, ଦାରିଦ୍ର୍ୟଦୂରୀକରଣ, ଶକ୍ତି, ଏସ୍ଇଜେଡ୍, ସଡ଼କ ବିକାଶ, ଆର୍ଥିକ ଶୃଙ୍ଖଳା ଓ ଆହୁରି ଅନେକ କାରଣ ପାଇଁ ଜାତୀୟ ସ୍ତରରେ ଗୁଜୁରାଟ ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି। କେବଳ ଗୋଟିଏ କ୍ଷେତ୍ରରେ ଏହାର ବିକାଶଧାରା ସୀମିତ ରହିନାହିଁ ଅନ୍ୟପକ୍ଷରେ ଅନ୍ୟାନ୍ୟ ତିନିଗୋଟି ଉଦ୍ୟୋଗ (କୃଷି, ଶିଳ୍ପ ଓ ସେବା) କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପରିଲକ୍ଷିତ ହୋଇଛି ଗୁଜୁରାଟର ଏହି ଉଲ୍ଲେଖନୀୟ ବିକାଶ ପଛରେ ରହିଛି ଶ୍ରୀଯୁକ୍ତ ମୋଦିଙ୍କର ମନ୍ତ୍ର ସବକା ସାଥ୍, ସବକା ବିକାଶ ଏବଂ ଲୋକାଭିମୁଖୀ ଉତ୍ତମ ସରକାର ଯେଉଁଠାରେ ରାଜ୍ୟର ପ୍ରଗତିରେ ଲୋକମାନଙ୍କର ସକ୍ରିୟ ଭାଗୀଦାରି ସାମିଲ ହୋଇଛି। ସମସ୍ତ ପ୍ରକାର ପ୍ରତିବନ୍ଧକ ବିରୁଦ୍ଧରେ ସଂଗ୍ରାମ କରି ସେ ନର୍ମଦା ଡ୍ୟାମକୁ 121.9 ମିଟର ଉଚ୍ଚତା କରିବାକୁ ନିଶ୍ଚିତ କରିଛନ୍ତି ଯଦ୍ବାରା କେବଳ ଜଳ ସଂରକ୍ଷଣ ନୁହେଁ ଅନ୍ୟ ପକ୍ଷରେ ଜଳ ସମ୍ବଳର ସୁବିନିଯୋଗ ହେବା ସାଙ୍ଗକୁ ଶକ୍ତି ଉତ୍ପାଦନ ସ୍ତର ବୃଦ୍ଧି ପାଇବ। ସୁଜଲାମ୍-ସୁଫଲାମ୍ ଭଳି ଏକ ଯୋଜନା ପ୍ରସ୍ତୁତ କରି ସେ ଗୁଜୁରାଟର ଜଳ ସମ୍ପଦର ସଂରକ୍ଷଣ ଓ ତାର ଉପଯୁକ୍ତ ସୁବିନିଯୋଗ ପାଇଁ ବ୍ୟବସ୍ଥା କରୁଛନ୍ତି।

ଏହା ସାଙ୍ଗକୁ ଆଉ କେତେକ ଅତ୍ୟାଧୁନିକ ଯୋଜନା ଯଥା ସଏଲ୍ ହେଲଥ କାର୍ଡ଼, ରୋମିଂ ରେସନ କାର୍ଡ଼ ଏବଂ ରୋମିଂ ସ୍କୁଲ୍ କାର୍ଡ଼ ପ୍ରଚଳନ କରି ରାଜ୍ୟର ଲୋକମାନଙ୍କଠାରେ ସେ ଅଧିକ ପ୍ରିୟଭାଜନ ହୋଇପାରିଛନ୍ତି। ସେ ମଧ୍ୟ ଅନେକଗୁଡ଼ିଏ ପଦକ୍ଷେପ ଯଥା କୃଷି ମହୋତ୍ସବ, ଚିରଞ୍ଜିବୀ ଯୋଜନା, ମାତୃବନ୍ଦନା, ବେଟି ବଚାଓ ଅଭିଯାନ (କନ୍ୟା ସନ୍ତାନ ସୁରକ୍ଷା), ଜ୍ୟୋତି ଗ୍ରାମ ଯୋଜନା ଏବଂ କର୍ମଯୋଗୀ ଅଭିଯାନ, ଇ-ମମତା, ଇଏମ୍ ପାୱାର, ସ୍କୋପ, ଆଇକ୍ରିଏଟ୍ ଇତ୍ୟାଦି ଗ୍ରହଣ କରି ଗୁଜୁରାଟର ବହୁମୁଖୀ ବିକାଶ ପାଇଁ ପଥ ପରିଷ୍କାର କରିଛନ୍ତି। ଏହିସବୁ ପଦକ୍ଷେପଗୁଡ଼ିକର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଚିନ୍ତାଧାରା ଗ୍ରହଣ କରିଥିବାରୁ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବାସ୍ତବ ରାଜ୍ୟପ୍ରେମୀ ରୂପେ ପରିଗଣିତ କରାଇପାରିଛି ଯାହା ଭବିଷ୍ୟତ ପୀଢ଼ିର ରାଜନୈତିକ ବଂଶଧରଙ୍କ ପାଇଁ ଏକ ପ୍ରେରଣା ହୋଇପାରିବ। ଏହି ନୂଆ ନୂଆ ଚିନ୍ତାଧାରା ଓ ପଦକ୍ଷେପ ଗୁଡ଼ିକ ପାଇଁ ନରେନ୍ଦ୍ର ମୋଦି ଆଜି ଗୁଜୁରାଟ ରାଜ୍ୟର 6 କୋଟି ଲୋକମାନଙ୍କ ମନରେ ଗଭୀର ଆସ୍ଥା, ବିଶ୍ବାସ ଓ ଭରସା ପୋଷଣ କରିପାରିଛନ୍ତି। ତାଙ୍କର ଭାଷଣ ପ୍ରଦାନ କରିବାର ଶୈଳୀ ଲକ୍ଷ ଲକ୍ଷ ଜନତାଙ୍କ ହୃଦୟକୁ ଛୁଇଁ ପାରିଛି। ଅଧ୍ୟାତ୍ମିକ ଗୁରୁମାନଙ୍କ ପ୍ରତି ତାଙ୍କର ମନରେ ରହିଥିବା ଅସୀମ ଶ୍ରଦ୍ଧା ଧର୍ମଗୁଡ଼ିକ ମଧ୍ୟରେ ସମନ୍ବୟ ସ୍ଥାପନ କରିପାରିଛି। ବିଭିନ୍ନ ଆୟକାରୀ ବର୍ଗ, ଧାମିର୍କ ବର୍ଗ ଓ ରାଜନୈତିକ ବର୍ଗ ମହଲରେ ମଧ୍ୟ ନରେନ୍ଦ୍ର ମୋଦିଙ୍କର ସ୍ବଚ୍ଛ ବ୍ୟକ୍ତିତ୍ବ ପ୍ରତି ଅତୁଟ ଶ୍ରଦ୍ଧା ରହିଛି ଜଣେ ଦକ୍ଷ ବକ୍ତା ଭାବରେ ସେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର ସବୁ ସ୍ତରର ଲୋକମାନଙ୍କ ନିକଟରେ ପ୍ରିୟ ହୋଇପାରିଛନ୍ତି।

ତାଙ୍କ ନେତୃତ୍ବରେ ସାରା ବିଶ୍ବରୁ ବିପର୍ଯ୍ୟୟ ପ୍ରଶମନ ପାଇଁ ୟୁଏନ୍ ସସକ୍ବା ପୁରସ୍କାର, ସାଧାରଣ ପ୍ରଶାସନ ଓ ପରିଚାଳନା ପାଇଁ କମନୱେଲ୍ଥ ଆସୋସିଏସନ ପକ୍ଷରୁ ପୁରସ୍କାର, ୟୁନେସ୍କୋ ପୁରସ୍କାର, ଇ-ଗଭର୍ଣାନ୍ସ ପାଇଁ ସିଏସ୍ଆଇ ପୁରସ୍କାର ଭଳି ଅନେକଗୁଡ଼ିଏ ପୁରସ୍କାର ଓ ପ୍ରଶଂସାପତ୍ର ଗୁଜୁରାଟ୍ ସରକାର ଲାଭ କରିଛନ୍ତି ବିଗତ ତିନି ବର୍ଷରେ ଶ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଜନସାଧାରଣଙ୍କ ଦ୍ବାରା ଆଦୃତ ହୋଇପାରିଛନ୍ତି।

ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ହେତୁ ସେ ବିଶ୍ବରେ ଗୁଜୁରାଟ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ଆଣିଦେଇପାରିଛନ୍ତି ଯାହା ଏହି ରାଜ୍ୟର ପରିବର୍ତ୍ତନ ଦୃଶ୍ୟପଟରୁ ସ୍ପଷ୍ଟ ପ୍ରତୀୟମାନ ହୁଏ। ସେହିଭଳି 2013ରେ ଗୁଜୁରାଟ ରେ ଏକ ବିଶାଳ ଶିଖର ସମ୍ମୀଳନୀର ଆୟୋଜନରେ ବିଶ୍ବର 120ରୁ ଅଧିକ ଦେଶ ଭାଗ ନେବା ଏକ ଗୁରୁତ୍ବପୂର୍ଣ ବିଷୟ ଥିଲା।
ଗତ କିଛି ବର୍ଷ ହେଲା ଗୁଜୁରାଟରେ ଦୁଇ ଅଙ୍କ ବିଶିଷ୍ଟ ବିକାଶ ହାର ଜାରି ରହିଛି। ରାଜ୍ୟର ବିକାଶ ଓ ସମୃଞ୍ଚି ଉଦ୍ଦେଶ୍ୟରେ ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ଜଡ଼ିତ ହୋଇ ରହିଛି। ପାଦ ପରେ ପାଦ ଆଗେଇ ଚାଲିବାର ବିଜୟ ଯାତ୍ରାର ଗୋଟିଏ ଗୋଟିଏ ସ୍ମୃତି ଜଡ଼ିତ ହୋଇ ରହିଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜନୀତିର ଏହି ଆହ୍ବାନମୂଳକ ଯାତ୍ରା ପଥରେ ମୋଦି ନିଜର ଦୃଢ଼ ବ୍ୟକ୍ତିତ୍ବ, ସେବା ପ୍ରତି ସମର୍ପଣ ମନୋଭାବ, ଆଦର୍ଶ ଚରିତ୍ର, ଧୈର୍ଯ୍ୟ ଓ ମନୋବଳର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନେକଙ୍କ ମନରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। ସେ ଲୋକମାନଙ୍କୁ ଯେତିକି ତୁଳନାରେ ଆପଣାର କରିବାକୁ ଚାହିଁଛନ୍ତି ଲୋକମାନେ ତାଠାରୁ ଅଧିକ ଭାବରେ ତାଙ୍କୁ ବିଶ୍ବାସ ଓ ସମ୍ମାନ ଦେଇ ଆସିଛନ୍ତି। ସେ ହୋଇଛନ୍ତି ଗୁଜୁରାଟବାସୀଙ୍କ ଆଗରେ ଏକ କ୍ଲାସିକ୍ ମଡେଲ୍।

ଇ-ବୁକ୍ସ

ଗ୍ୟାଲେରିଜ୍

 

© Copyright 2014 Narendramodi.in All Rights Reserved. | Disclaimer | Privacy Policy | Terms of Service