ସେୟାର
 
Comments 52 Comments

ଜଣେ ପ୍ରଗାଢ଼ ଅନୁରାଗ ସମ୍ପନ୍ନ ଲେଖକ, କବି ଓ ସଂସ୍କୃତି ପ୍ରେମୀ... ଏମିତି ଭିନ୍ନ ଭାବରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ବର୍ଣ୍ଣନା କରାଯାଇ ପାରେ । ତାଙ୍କର ବ୍ୟସ୍ତବହୁଳ ଓ କେବେ କେବେ କଷ୍ଟଦାୟକ କାର୍ଯ୍ୟସୂଚୀ ସତ୍ତ୍ୱେ ନରେନ୍ଦ୍ର ମୋଦୀ ଭଲ ପାଉଥିବା କେତେକ କାର୍ଯ୍ୟ ପାଇଁ ସମୟ ବାହାର କରୁଥିଲେ । ଏହା ଯୋଗ ହେଉ, ଲେଖାଲେଖି ହେଉ କିମ୍ବା ସୋସିଆଲ ମିଡିଆରେ ବିଚାର ଆଦାନ ପ୍ରଦାନ ହେଉ । ରାଲି ସମୟରେ ସେ ତାଙ୍କ ଅନୁଭବକୁ ନେଇ ଟ୍ୱିଟ୍ଟ କରୁଥିଲେ । ଯୁବକ ସମୟରୁ ହିଁ ସେ ଲେଖାଲେଖି କରିଆସୁଛନ୍ତି । ଏହି ବିଭାଗ ଆପଣଙ୍କୁ ନରେନ୍ଦ୍ର ମୋଦୀଙ୍କ ଜୀବନର ଏପରି ଏକ ଘଟଣା ପ୍ରବାହକୁ ନେଇଯିବ, ଯାହାକି 24x7 ଘଂଟା ବ୍ରେକିଂ ନ୍ୟୁଜ ପରିବେଷଣ ଯୁଗରେ ଏକ ପ୍ରକାର ହଜିଯାଇଛି ।

“ଯୋଗ ହେଉଛି ମାନବଜାତି ଲାଗି ଭାରତର ଏକ ଉପହାର ଯାହା ମାଧ୍ୟମରେ ଆମେ ସାରା ବିଶ୍ୱରେ ପହଂଚି ପାରିବା । ଯୋଗ ମାଧ୍ୟମରେ କେବଳ ରୋଗ ମୁକ୍ତି ନୁହେଁ ବରଂ ଭୋଗ ମୁକ୍ତି ମଧ୍ୟ ହୋଇଥାଏ ।”
ସେହି ବିଷୟରେ ନରେନ୍ଦ୍ର ମୋଦିଙ୍କ ସବୁଠୁ ଚମକପଦ ଅଭିଭାଷଣଗୁଡିକ ମଧ୍ୟରୁ ଗୋଟିଏ ଯାହା ତାଙ୍କର ଅତି ନିକଟତର -ଯୋଗ ।
 
ନରେନ୍ଦ୍ର ମୋଦୀଙ୍କ ପୁସ୍ତକ ଗୁଡ଼ିକ ତାଙ୍କ ବକ୍ତବ୍ୟ ଭଳି ଶକ୍ତିଶାଳୀ, ଅନ୍ତର୍ଦୃଷ୍ଟି ସମ୍ପନ୍ନ ଓ ତଥ୍ୟଭିତ୍ତିକ । ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟେକ ପୁସ୍ତକ ଗୋଟିଏ ଗୋଟିଏ ତଥ୍ୟରେ ଭରା ସମ୍ପଦ । ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଧାରଣା ଓ ତାଙ୍କ ଜୀବନର ଅନୁଭବର ବିବରଣୀରେ ମଧ୍ୟ ଭରପୁର ।
ଜରୁରୀକାଳୀନର କଳା ଦିନଗୁଡ଼ିକ ସମୟରେ ଗୁଜରାଟର ଏକ ଝଲକ ପ୍ରାପ୍ତ କରନ୍ତୁ ,ସମାଜିକ ସମାନତା ବିଷୟରେ ନରେନ୍ଦ୍ର ମୋଦିଙ୍କ ବିଚାରଗୁଡ଼ିକୁ ପଢନ୍ତୁ ଏବଂ ଜାଣନ୍ତୁ କାହିଁକି ସେ ଆମର ଭବିଷ୍ୟ ପିଢ଼ି ପାଇଁ ଏକ ସବୁଜ-ଭରା ଦୁନିଆକୁ ଛାଡିବା ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି …
 
“ସାକ୍ଷୀଭାବ” ହେଉଛି 36 ବର୍ଷ ମଧ୍ୟରେ ଜଗଦ୍ ଜନନୀ ମା’ଙ୍କ ସହ ହୋଇଥିବା ମୋର ସମ୍ବାଦର ଏକ ସଙ୍କଳନ । ଏହା ପାଠକମାନଙ୍କୁ ମୋ ସହିତ ସଂଯୁକ୍ତ କରିଥାଏ ଓ ମୋ ଶବ୍ଦ ମାଧ୍ୟମରେ ପାଠକମାନଙ୍କୁ କେବଳ ସମ୍ବାଦ ନୁହେଁ ବରଂ ମୋତେ ଜାଣିବାର ସୁଯୋଗ ପ୍ରଦାନ କରିଥାଏ ।”
ଆପଣ ଜାଣନ୍ତି କି ପିଲାଟି ବେଳରୁ ନରେନ୍ଦ୍ର ମୋଦୀ ଏକ ଡାଏରୀ ଲେଖୁଥିଲେ, ମାତ୍ର ପ୍ରତି 6-8ମାସ ଅନ୍ତରାଳରେ ଏହାର ପୃଷ୍ଠା ସବୁକୁ ଜଳାଇ ଦେଉଥିଲେ । ଥରେ ଜଣେ ପ୍ରଚାରକ ତାଙ୍କୁ ଏପରି କରୁଥିବାର ଦେଖି ବାରଣ କରିଥିଲେ । ପରବର୍ତ୍ତୀ ସମୟରେ 36 ବର୍ଷୀୟ ନରେନ୍ଦ୍ର ମୋଦୀଙ୍କ ଏହି ଲେଖାକୁ ଏକତ୍ର କରାଯାଇ ‘ସାକ୍ଷୀଭାବ’ର ସଂକଳନ କରାଯାଇଥିଲା ।
 
“ଯାହା ଅନେକ ସମୟରେ ଗଦ୍ୟରେ ବର୍ଣ୍ଣନା କରାଯାଇ ପାରେ ନାହିଁ, ତାହାକୁ ପଦ୍ୟରେ ପ୍ରକାଶ କରାଯାଇପାରେ ।”
ଏଠାରେ ନରେନ୍ଦ୍ର ମୋଦୀଙ୍କ କେତେକ କବିତାର ବର୍ଣ୍ଣନା କରାଗଲା । ଏଗୁଡ଼ିକ ଗୁଜୁରାଟୀରେ ଲେଖାଯାଇଛି ଏବଂ ପ୍ରକୃତି ମାତା ଓ ଦେଶାତ୍ମବୋଧ ଭାବନା ଦ୍ୱାରା ଉଦବୁଦ୍ଧ ।
 
“କଳା, ସଂଗୀତ ଓ ସାହିତ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ । ଏହାର କୌଣସି ସୀମାରେଖା ରହିବା ଉଚିତ ନୁହେଁ । ସରକାର କେବଳ ଏହି ପ୍ରତିଭାଧରମାନଙ୍କୁ ଚିହ୍ନଟ କରିବା ସହ ପ୍ରୋତ୍ସାହିତ କରିବା ଆବଶ୍ୟକ ।”
ଏହିପରି ସାର୍ବଜନୀନ ସଂସ୍କୃତିକୁ ନେଇ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ । ଜରୁରୀକାଳୀନ ପରିସ୍ଥିତି ବିରୋଧି ସଂଘର୍ଷରେ ସକ୍ରିୟ ଭାବେ ସଂଶ୍ଳିଷ୍ଟ ଥିବା ନରେନ୍ଦ୍ର ମୋଦୀ ବାକ୍ ସ୍ୱାଧୀନତାକୁ କାୟ, ମନ, ବାକ୍ୟରେ ଅନୁସରଣ କରନ୍ତି । ପ୍ରଖ୍ୟାତ କଳାକାରମାନଙ୍କ ସହ ଏ ସମ୍ବନ୍ଧରେ ତାଙ୍କର ଆଲୋଚନାରୁ ଆପଣ ଆନନ୍ଦ ନେଇପାରିବେ ।
ଶରତର ହୃଦୟ ମଧ୍ୟରୁ ଉଦ୍ରେକ ହୁଏ ବସନ୍ତର!

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲେଖାଯାଇଥିବା ଏକ ସୁନ୍ଦର କବିତା ଯାହାକି କଳାକାର ପାର୍ଥିବ ଗୋହିଲଙ୍କ ଦ୍ୱାରା ଗାନ କରାଯାଇଛି ।
 
ଏକ ସୁନ୍ଦର କବିତା ଦ୍ୱାରା ନବରାତ୍ରିର ରଂଗୀନ ଓ ଉତ୍ସବମୂଖର ଅବସରକୁ ପାଳନ କରୁଛନ୍ତି
ନବରାତ୍ରି ଅବସରରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର କବିତା
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India to enhance cooperation in energy, skill development with Africa

Media Coverage

India to enhance cooperation in energy, skill development with Africa
...

Nm on the go

Always be the first to hear from the PM. Get the App Now!
...
ଏକ ସ୍ୱହୃଦୟ ବ୍ୟକ୍ତି ହୃତପିଣ୍ଡ ରୋଗୀକୁ ବଞ୍ଚାଇଲେ
September 16, 2016
ସେୟାର
 
Comments 1509
Comments

ଆମର ଯୁବ ଆମରି ଗରିମା ଯାହା ରାଷ୍ଟ୍ରକୁ ପ୍ରଗତିର ବହୁ ଉଚ୍ଚକୁ ନେଇଯିବେ। ଆମର ସବୁଠାରୁ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ କି ଆମେ କୌଣସି ସମସ୍ୟା ଅଥବା ରୋଗ ସମୟରେ ଆମର ଯୁବମାନଙ୍କୁ ସାହାଯ୍ୟ କରିବା ଉଚିତ ।

ପୁନେ ସହରର 7 ବର୍ଷୀୟ ବୈଶାଳୀ ଅତ୍ୟନ୍ତ ଗରିବ ପରିବାରରେ ବାସକରେ ଏବଂ ସେ ଗତ 2 ବର୍ଷରୁ ଏକ ବଡ ରୋଗରେ ପଡିଥିଲା ।ତାହାର ହୃତପିଣ୍ଡରେ ଏକ କଣା ହୋଇଥିଲା ।ଟିକିଏ  ଭାବନ୍ତୁ,ତାହାକୁ ସେହି ବର୍ଷଗୁଡିକରେ କେତେ କଷ୍ଟ ସମ୍ମୁଖୀନ କରିବାକୁ ପଡିଥିବ । 

ଯେବେ ଯୁବ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହୃତପିଣ୍ଡ ରୋଗର ଚିକିତ୍ସା ପାଇଁ ସାହାଯ୍ୟ ମାଗିବାର ନିଷ୍ପତି ନେଲା,ସେ କେବେ ଭାବୀନଥିବ କି ପ୍ରଧାନମନ୍ତ୍ରୀ ନା କେବଳ ଚିଠିର ଉତ୍ତର ଦେଇ ତାର ସାହାଯ୍ୟ କରିବେ ବରଂ ତାକୁ ବ୍ୟକ୍ତିଗତ ଭାବେ ଭେଟି ତାହାର ମନବଳ ଦୃଢ କରିବେ । ବୈଶାଳୀର ଦୁଇ ପୃଷ୍ଠାର ଚିଠିକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ କରିଦେଇଥିଲା ଭାବନାତ୍ମକ ଚିଠିରେ  ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ପିତା ସ୍ୱରୂପ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲା ଏବଂ ତାହାର ପୋଲିସ ଅଧିକାରୀ ହେବାର ସପ୍ନ କିପରି ସତ ହୋଇପାରିବ ତାହା ଦର୍ଶାଇଥିଲା ।

ଚିଠି ହସ୍ତକ୍ଷେପ ହେଲାପରେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କହି କହିଲେ,ବୈଶାଳୀର ସନ୍ଧାନ କରି ତାହାର ବିନାମୂଲ୍ୟ ଏବଂ ଉଚିତ ଚିକିତ୍ସା କରାଯାଉ ।
ଚିକିତ୍ସା ସମ୍ପୂର୍ଣ୍ଣ ହେଲାପରେ ବୈଶାଳୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଆବେଗଭରା ଚିଠି ଲେଖିଥିଲା ଏବଂ ତାହା ସହିତ ଏକ ଚିତ୍ରାଙ୍କନ ମଧ୍ୟ ପଠାଇଥିଲା । ପ୍ରଧାନମନ୍ତ୍ରୀ ଏହି ଚିଠିର ମଧ୍ୟ ଉତ୍ତର  ଦେଇଥିଲେ । ଯେବେ ପ୍ରଧାନମନ୍ତ୍ରୀ 25 ଜୁନ 2016 ରେ ପୁନେ ଯାତ୍ରାକଲେ,ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ବୈଶାଳୀ ଏବଂ ତାହାର ପରିବାରକୁ ସାକ୍ଷାତ କଲେ। ପ୍ରଧାନମନ୍ତ୍ରୀ ଏହି ସାକ୍ଷାତକାକୁ ସ୍ମରଣୀୟ ବୋଲି କହିଲେ ।

ବୈଶାଳୀର କାହାଣୀ ମାତ୍ର ଏକ ଉଦାହରଣ । ଲୋକଙ୍କର ଏହି ପରି କିଛି ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖକୁ ତଥା ତାଙ୍କର କାର୍ଯ୍ୟାଳୟ କୁ ଆସୁଛି ।ଏହି କଥାର, ପୁରା ଚେଷ୍ଟା କରାଯାଏ କି ଲୋକଙ୍କ ସମସ୍ୟାଗୁଡ଼ିକର ସମାଧାନ ହେଉ ଏବଂ ସୁନିଶ୍ଚିତ କରାଯାଏ କି, ଭାରତର ନାଗରିକ କିଛି ବି ସମସ୍ୟାର ସମ୍ମୁଖୀନରେ ନ ପଡନ୍ତୁ ।